Odisha news

UAE ପ୍ରଧାନମନ୍ତ୍ରୀଙ୍କ ଝିଅ ଇନ୍ସଟାଗ୍ରାମ ରେ ଦେଲେ ସ୍ୱାମୀଙ୍କୁ ତଲାକ

0

ନୂଆଦିଲ୍ଲୀ : ଦୁବାଇ ର ଶାସକ ଓ ସଂଯୁକ୍ତ ଆରବ ଏମିରଟସ ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରଶିଦ ଅଲ ମକତୁମ୍ ଙ୍କ ଝିଅ ସୋସିଆଲ ମିଡିଆରେ ତଲାକ ଘୋଷଣା କରିଛନ୍ତି l ମକତୁମ୍ ଙ୍କ ଝିଅ ଶେଖ ମାହାରା ବିନ୍ସ ନିଜ ଇନ୍ସଟାଗ୍ରାମ ରେ ତଲାକ ଘୋଷଣା କରିଛନ୍ତି l ମହାରା ଦୁଇମାସ ପୂର୍ବରୁ ଗୋଟିଏ ଝିଅ କୁ ଜନ୍ମ ଦେଇଛନ୍ତି l ମକତୁମ ଙ୍କ ଝିଅ ଶେଖ ମାହରା ନିଜ ଇନ୍ସଟାଗ୍ରାମ ଆକାଉଣ୍ଟ ରେ ତଲାକ ଦେଇ ଲେଖିଛନ୍ତି ‘ ମୋର ପ୍ରିୟ ସ୍ୱାମୀ , ଯେପରିକି ଆପଣ ଅନ୍ୟ ଲୋକଙ୍କ ସହିତ ବ୍ୟସ୍ତ ରହିବେ, ଟେନି ଇତି ମଧ୍ୟରେ ମୁଁ ଆମ ତଲାକ ର ଘୋଷଣା କରୁଛି l ମୁଁ ଆପଣଙ୍କୁ ତଲାକ ଦେଉଛି l ଧ୍ୟାନ ରଖିବ, ଆପଣଙ୍କ ପୂର୍ବ ପତ୍ନୀ ‘ l

୧୯୯୪ ରେ ଜନ୍ମ ହୋଇଥିବା ମାହରା ଗତବର୍ଷ ମଇ ୨୭ ତାରିଖରେ ଶେଖ ମନା ବିନ ଙ୍କୁ ବିବାହ କରିଥିଲେ l ବିବାହ ର ୫ମାସ ପରେ ସେ ନିଜ ଗର୍ଭ ଧାରଣ କରିବାର ଖବର ସୋସିଆଲ ମିଡିଆରେ ଦେଇଥିଲେ l ସେ ନିଜର ଅଲ୍ଟ୍ରାସାଉଣ୍ଡ ସ୍କାନ ର ରିପୋର୍ଟ ମଧ୍ୟ ନିଜ ଇନ୍ସଟାଗ୍ରାମ ଷ୍ଟୋରି ରେ ସେୟାର କରିଥିଲେ l କିନ୍ତୁ ବର୍ତମାନ ତଲାକ ଘୋଷଣା କରିବା ପରେ କେବଳ ନିଜ ସହିତ ନିଜର ଫଟୋ ସେୟାର କରି ଲେଖିଥିଲେ କେବଳ ଆମେ ୨ଜଣ l

ନିକଟରେ UAE ର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରାଶିଦ ନିଜ କ୍ୟାବିନେଟ ରେ ପରିବର୍ତନ କରିଥିଲେ l ସେ ନିଜ ପୁଅ ଏମିରଟ ର ଯୁବରାଜ ଙ୍କୁ ୟୁଏଇ ର ରକ୍ଷାମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ l

Leave A Reply