ଗୋପ : ସରକାରୀ କଟକଣା ଗଳା ବାଟଦେଇ ଖସି ଆସୁଛନ୍ତି ପ୍ରବାସୀ ଓଡ଼ିଆ ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରିଜିଲା ଗୋପ ବ୍ଲକରେ ।ଗୋପ ବ୍ଲକ ଅଧିନ ନୂଆଖୋଲମରା ପଞ୍ଚାୟତ ନନ୍ଦିଗୋରଡା ଗ୍ରାମର ଦୁଇ ଯୁବକ ମହାରାଷ୍ଟ୍ର ନାଭିମୁମ୍ବାଇ ଅଞ୍ଚଳରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ ମାତ୍ର ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦହେବା କାରଣରୁ ଖାଦ୍ୟ ପାନୀୟ ପାଇବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାପରେ ନିଜର ଜନ୍ମଭୂମି ଓଡିଶା ଫେରିବାକୁ ନିଷ୍ପତ୍ତି ନେଇଥିଲେ ।
ପରେ ଓଡିଶା ସରକାରଙ୍କ ଦ୍ୱାରା ଜାରିକରାଯାଇଥିବା ପୋର୍ଟାଲରେ ନାମ ପଞ୍ଜିକରଣ କରିବାପରେ ମଧ୍ୟ କୌଣସି ସହାୟତା ମିଳିପାରି ନଥିଲା।ଯୁବକ ଦୁଇଜଣ ଏକ ବାଇକରେ ମହାରାଷ୍ଟ୍ରରୁ ବାହାରି ଅନେକ ଘାତପ୍ରତି ଘାତ ଦେଇ ଦିର୍ଘ ୬ଦିନରେ ୧୭୪୫କିଲୋମିଟର ଯାତ୍ରାକରି ଓଡିଶାରେ ପହଁଚିଛନ୍ତି ମାତ୍ର ସେମାନଙ୍କ ଲାଗି ଏଜାବତ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ବେଳେ ସେମାନେ ସ୍ୱତପ୍ରବୁତ ଭାବେ ନିଜ ପଞ୍ଚାୟତରେ ଖୋଲାଯାଇଥିବା କ୍ବାରେଣ୍ଟଈନ ରେ ରହିଥିବା ଜଣାପଡ଼ିଛି ।ତେବେ ଏନେଇ ଗୋପ ବିଡିଓ ଦୀପ୍ତିରଣୀ ଦାଶ ଙ୍କୁ ପଚାରିବାର ସେ କହିଥିଲେ ଖବର ପାଇବା ପରେ ମୁଁ ବ୍ଲକ କର୍ମଚାରୀ ମାନଙ୍କୁ ପଠାଇ ସେମାନଙ୍କୁ ତାଙ୍କ ନିଜ ପଂଚାୟତ ନୂଆଖୋଲମରା କୂ ପଠାଇ ଦିଆଯାଇଛି।ସେମାନେ ହୋମ କ୍ୱାରେଣ୍ଟଇନରେ ରଖାଯାଇଛି।