Odisha news

ଆଜି ତାମିଲନାଡୁରୁ ବାରିପଦା ପହଞ୍ଚିବ ୨ଟି ସ୍ୱତନ୍ତ୍ର ଟ୍ରେନ, ଭଞ୍ଜପୁର ରେଳଷ୍ଟେସନରୁ ୫ଶହ ମିଟର ପରିସୀମା ପର୍ଯ୍ୟନ୍ତ ୧୪୪ଧାରା ଜାରି

0

ବାରିପଦା : ତାମିଲନାଡୁରୁ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ଟ୍ରେନ ମଙ୍ଗଳବାର ବାରିପଦାରେ ପହଞ୍ଚିବ ବୋଲି ଜଣାଯାଇଛି ଏହି ଟ୍ରେନ ବାରିପଦାର ଭଞ୍ଜପୁର ଷ୍ଟେସନରେ ଲାଗିବାକୁ ଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଭଞ୍ଜପୁର ଷ୍ଟେସନରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ତେଣୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଭଞ୍ଜପୁର ରେଳ ଷ୍ଟେସନରୁ ୫ଶହ ମିଟର ପରିସୀମାରେ ୧୪୪ଧାରା ଜାରି କରିଛନ୍ତି

ମଙ୍ଗଳବାର ସକାଳ ଘଟିକା ଠାରୁ ଏହି ଧାରା ଲାଗୁ କରାଯିବ ଏବଂ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବର୍ତ୍ତର ରହିବ ବୋଲି ଏହି ନିଦେ୍ର୍ଦଶନାମାରେ ସୂଚନା ଦିଆଯାଇଅଛି ଭଞ୍ଜପୁର ରେଳଷ୍ଟେସନର ୫ଶହ ମିଟର ପରିସୀମା ଅର୍ଥାତ ଭଞ୍ଜପୁର ଛକ ଠାରୁ ମୁର୍ଗାବାଡି ଛକ ଏବଂ ରେଳ ଷ୍ଟେସନର ଉଭୟ ପାଶ୍ୱର୍ରେ ଏହି ନିୟମ ବଳବର୍ତ୍ତର ରହିବ ୦୬୧୮୧ ନମ୍ବର ବିଶିଷ୍ଟ ଏହି ସ୍ୱତନ୍ତ୍ର ଟ୍ରେନ ଟି ୨୪ଟି ବଗିରେ ଶତାଧିକ ଶ୍ରମିକମାନଙ୍କୁ ଧରି ବାରିପଦା ଠାରେ ପହଞ୍ଚିବ

ଅନୁରୂପ ଭାବେ ସନ୍ଧ୍ୟା ୬ଟା ୨୫ମିନିଟ୍ରେ ୦୬୧୧୩ ନମ୍ବର ବିଶିଷ୍ଟ ଆଉ ଏକ ଟ୍ରେନ ତାମିଲନାଡୁର ସଲେମରୁ ବାହାରି ବାରିପଦା ଠାରେ ପହଞ୍ଚିବ ଏହି ଟ୍ରେନ ଗୁଡିକ ବାରିପଦା ଠାରେ ପହଞ୍ଚିବା ପରେ ଭଞ୍ଜପୁର ରେଳଷ୍ଟେସନରେ ସ୍ୱତନ୍ତ୍ର ସୁବିଧା କରାଯାଇଅଛି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ଏହି ଶ୍ରମିକମାନେ ଭଞ୍ଜପୁର ଷ୍ଟେସନଠାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରାଥମିକ ଚିକିସô ଯୋଗାଇ ଦିଆଯିବ ପରେପରେ ସେମାନଙ୍କୁ ସେମାନଙ୍କ ଘର ନିକଟରେ ଥିବା ବିଭିନ୍ନ ଟିଏମସି କ୍ୱାରାଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯିବ

ସେଥିପାଇଁ ଭଞ୍ଜପୁର ରେଳଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏହି କାର୍ଯ୍ୟକ୍ରମକୁ ସୂଚାର ରୂପେ ପରିଚାଳନା କରିବାକୁ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ସ୍ୱାସ୍ଥ୍ୟଅଧିକାରୀ ମାନେ ଅଂଶଗ୍ରହଣ କରିଛନ୍ତି ସେଥିପାଇଁ ଭଞ୍ଜପୁର ରେଳଷ୍ଟେସନ ଅଞ୍ଚଳକୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀମାନେ ସ୍ୱତନ୍ତ୍ର ବଳୟ ଭିତରେ ନଜରରେ ରଖିଛନ୍ତି ଏହି ଭଞ୍ଜପୁର ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଏଠାରେ କେବଳ ମେଡିକାଲ ଷ୍ଟାଫ, ରେଳ ବିଭାଗ କର୍ମଚାରୀ, କାର୍ଯ୍ୟରତ ପୋଲିସ କର୍ମଚାରୀ, ଅଗ୍ନିଶମ ବିଭାଗର କର୍ମଚାରୀ, ଜିଲ୍ଲାପ୍ରଶାସନର କାର୍ଯ୍ୟରତ ଥିବା କର୍ମଚାରୀ ଏବଂ ସେମାନଙ୍କ ଡ୍ରାଇଭର ମାନେ ଏହା ମଧ୍ୟରେ ପ୍ରବେଶ କରିପାରିବେ ବୋଲି ଏହି ନିଦେ୍ର୍ଦଶନାମାରେ ସୂଚନା ଦିଆଯାଇଛି

 

Leave A Reply