ଅନୁଗୁଳ; ଅନୁଗୁଳ କୋର୍ଟ ପରିସରରୁ ଫେରାର ହୋଇଯାଇଥିବା ଅଭିଯୁକ୍ତକ୍ୁ ଅନୁଗୁଳ ପୁଲିସ ଶନିବାର ଦିନ ଢ଼େଙ୍କାନାଳରୁ ଗିରଫ କରିଥିବା ଜଣାଯାଇଛି । ଶୁକ୍ରବାର ଅପରାହ୍ନରେ ରବିନାରାୟଣ ବେହେରା ନାମକ ଜଣେ ଅଭିଯୁକ୍ତକୁ ଅନୁଗୁଳ ଥାନା ପୁଲିସ ପୋକ୍ସ କୋର୍ଟକୁ ଚାଲାଣ କରିଥିଲା । କିନ୍ତୁ ରବି ପୁଲିସ କର୍ମଚାରୀଙ୍କ ଉପସ୍ଥିତିିରେ କୋର୍ଟ ପରିସରରୁ ଫେରାର ହୋଇଯାଇଥିଲା ।
ଫଳରେ ରବିକୁ ଧରିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ଶୁକ୍ରବାର ଠାରୁ ଚଢ଼ାଉ ଜାରି ରଖିଥିଲା । କିନ୍ତୁ ଶନିବାର ଦିନ ରବି ଢ଼େଙ୍କାନାଳରେ ଥିବାର ଖ୍ବର ପାଇ ପୁଲିସ ଢ଼େଙ୍କାନାଳ ଯାଇ ସେଠାରୁ ରବିକୁ ଗିରଫ କରି ଅନୁଗୁଳ ଆଣି ପୁନର୍ବାର କୋର୍ଟ ଚାଲାଣ କରିଥିଲା । ତେବେ ଅଭିଯୁକ୍ତ ଫେରାର ହେବା ଘଟଣାରେ ଅନୁଗୁଳ ଏସ.ପି ଦୁଇ ପୁଲିସ କନେଷ୍ଟବଳଙ୍କୁ କାଯର୍ମ୍ୟରୁ ନିଲମ୍ବିତ କରିଥିବା ଜଣାଯାଇଛି । ସେମାନଙ୍କ ଅବହେଳା ପାଇଁ ଅଭିଯୁକ୍ତ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ସେଥିପାଇଁ କନେଷ୍ଟବଳଙ୍କକ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।