ଆମେରିକା : ଆମେରିକାରେ ଦୁଇଟି ମୁହଁ ଥିବା ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଡ । କ୍ତ ର ମ । େ ନ ତୃତୀୟ ଥର ସ୍କାନ୍ କରି ଶିଶୁର ମୁହଁ ନିକଟରେ ଏକ ଅସାଧାରଣ ମାଂସପିଣ୍ଡୁଳା ଚିହ୍ନଟ କରିଥିଲେ । ହେଲେ ଏ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ଏହା ସିଷ୍ଟ୍ ହୋଇପାରେ ବୋଲି ଡାକ୍ତରମାନେ ଭାବୁଛନ୍ତି । ଏହି ଦ୍ୱିତୀୟ ମୁହଁରେ ଓଠ, ଦାନ୍ତର ଗହ୍ୱର, ଦାନ୍ତ ଓ ଏକ ଛୋଟ ଜିଭ ରହିଛି । ଶିଶୁର ଏହି ଦ୍ୱିତୀୟ ମୁହଁ ଶ୍ୱାସକ୍ରିୟା ବା ଖାଇବାରେ କୌଣସି ସମସ୍ୟା ସୃଷ୍ଟି କରୁନାହିଁ । ଏହା ତାର ମୁହଁଠାରୁ ସମ୍ପୂର୍ଣ୍ଣ ଅଲଗା । ଏହି ଦୁର୍ଲଭ ସ୍ଥିତିକୁ ଡିପ୍ରୋସପସ୍ କୁହାଯାଏ । ୧୯୦୦ରୁ ଏପର୍ଯ୍ୟନ୍ତ ଡିପ୍ରୋସପସ୍ର ୩୫ ମାମଲା ସାମ୍ନାକୁ ଆସିଛି । ସାଧାରଣତଃ କନ୍ୟା ସନ୍ତାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ ।