ଦୁଇ କ୍ୟୁବା ପୁରୁଷ ଏବଂ ଜଣେ ମହିଳା ବାହାମାସର ଏକ ନିଛାଟିଆ ଦ୍ୱୀପରେ ୩୩ ଦିନ ଫସିରହିଥିଲେ । ଏହି ଦ୍ୱୀପରେ ନଡ଼ିଆ ବ୍ୟତୀତ ଆଉ କିଛି ଖାଇବାକୁ ନଥିଲା |
ସୂଚନା ଅନୁସାରେ , ଆମେରିକାର କୋଷ୍ଟଗାର୍ଡର ହେଲିକପ୍ଟର ଉକ୍ତ ଅଞ୍ଚଳରେ ରୁଟିନ୍ ପାଟ୍ରୋଲିଂ କରୁଥିବା ବେଳେ ବିମାନରେ ବସିଥିବା ପାଇଲଟ୍ ଏକ ପତାକା ଉଡ଼ୁଥିବାର ଦେଖିଥିଲେ ଓ ସେତେବେଳେ ପାଇଲଟଙ୍କୁ ଅନୁଭବ ହେଲାଯେ ଏମାନେ ସହାୟତା ପାଇଁ ଏହି ପତକା ଉଡାଇଛନ୍ତି l ଆମେରିକାର କୋଷ୍ଟଗାର୍ଡ ସେହି ଜାଗାର ଫୋଟୋ ଉଠେଇ ସୋସିଆଲ ମିଡିଆରେ ଦେଇଥିଲେ l
ଏହା ପରେ କୋଷ୍ଟଗାର୍ଡର ସଦସ୍ୟମାନେ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ୍ ଏବଂ ପାଣି ଏହି ଲୋକ ମାନେ ରହିଥିବା ଜାଗାକୁ ଫିଙ୍ଗିଥିଲେ। ଏହା ବ୍ୟତୀତ ସେ ଏକ ରେଡିଓ ମଧ୍ୟ ଫିଙ୍ଗିଥିଲେ ଯାହାଦ୍ୱାରା ସେମାନେ ତାଙ୍କ କଥା ଠିକ ଭାବରେ କମ୍ୟୁନିକେସନ କରିପାରିବେ l ଏହି ୩ ଜଣଙ୍କୁ ୮ ଫ୍ରେବୁଆରିରେ ଠାବ କରାଯାଇଥିଲା ଓ ଖରାପ ମୌସମ ଯୋଗୁ ଏମାନଙ୍କୁ ଉଦ୍ଧାର କରାଯାଇପାରିନଥିଲା l ଏମାନଙ୍କୁ ବିମାନ ଦ୍ୱାରା ଏଆର ଲିଫ୍ଟ କରାଯାଇ ଫ୍ଲୋରିଡା ମେଡିକାଲକୁ ନିଆଯାଇଥିଲା ଯେଉଁଠାରେ ଏହି ଲୋକ ମାନଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ କେହି ଆହତ ହୋଇନାହାଁନ୍ତି। ପ୍ରଶାସନ କହୁଛି ଏହି ୩ ଜଣ ବୋଟରେ ଯାଉଥିବା ବେଳେ ସେମାନଙ୍କ ବୋଟ ଓଲଟି ଯାଇଥିଲା ଓ ସେମାନେ ପହଁରି ପହଁରି ସେଠି ଶୂନଶାନ ଟାପୁରେ ପହଞ୍ଚି ଥିଲେ l ସେମାନେ ସାହସ ନହରାଇ ୩୩ ଦିନ ଜୀବନକୁ ବାଜି ଲଗାଇ ଖାଲି ମୂଷା ଓ ନଡ଼ିଆ ଖାଇ ରହିଥିଲେ l ଯାହାଦ୍ୱାରା ସେମାନେ ବଞ୍ଚି ରହିଥିଲେ l
କୋଷ୍ଟଗାର୍ଡ ଲେଫ୍ଟନାଣ୍ଟ ଜଷ୍ଟିନ NBC 12 କୁ କହିଛନ୍ତି ଯେ ପାଇଲଟ କିଛି ଅଦ୍ଭୁତ ପ୍ରକାରର ପତାକା ଉଡ଼ୁଥିବାର ଦେଖିଥିଲେ ଓ ଏଗୁଡିକ ବିଭିନ୍ନ ରଙ୍ଗର ଥିଲା l ସେଥିପାଇଁ ପାଇଲଟଙ୍କୁ ସନ୍ଦେହ ହେଇଥିଲା ଓ ଜଷ୍ଟିନ ଯେତେବେଳେ ଭଲଭାବରେ ଦେଖିଲେ ସେତେବେଳେ ଜାଣିପାରିଲେ ଏହି ୩ ଜଣ ତାଙ୍କୁ ସିଗନାଲ ଦେଉଛନ୍ତି l
Comments are closed.