Odisha news

ମହଙ୍ଗା ପଡିଲା ଦଳ ବିରୋଧ କାର୍ଯ୍ୟ ଦଳରୁ ବହିଷ୍କୃତ ହେଲେ ୨ ବିଜେପି ଜିଲ୍ଲା ପରିଷଦ ସଭ୍ୟ

0

ରାୟଗଡା,୧୦ ।୬(Rabindra patkhandal)- ଦଳ ବିରୋଧ କାର୍ଯ୍ୟ ମହଙ୍ଗା ପଡିଲା ୨ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ । ଦଳ ବିରୋଧ କାର୍ଯ୍ୟ ଯୋଗୁଁ ୨ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦଳରୁ ବହିଷ୍କାର କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଘଟଣାକ୍ରମେ ଫେବୃୟାରୀ ୧୯ ତାରିଖ ଦିନ ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିରତି ରହିବା ପାଇଁ ୧୮ ତାରିଖ ଦିନ ରାଜ୍ୟ ସଭାପତି ହୁଇପ ଜାରୀ କରିଥିଲେ ।

ତେବେ ଦଳୀୟ ହୁଇପକୁ ଅବମାନନା କରି ରାମନାଗୁଡା ଏ ଜୋନର ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଜଂଳୀ ମୁୁୁଟୁକା ଏବଂ ପଦ୍ମପୁର ଏ ଜୋନର ଜିଲ୍ଲା ପରିଷଦ ସଭ୍ୟ ନେତ୍ରାନନ୍ଦ କୈବର୍ତ ଜିଲ୍ଲା ପରିଷଦ ଭୋଟରେ ଭାଗ ନେଇଥିଲେ । ୨୨ ଫେବୃୟାରୀ ଦିନ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିଲା । ତେବେ ଦୁହେଁ କୌଣସି ଉତର ରଖି ନଥିଲେ । ଶେଷରେ ଦଳର ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ଦୁହେଁଙ୍କୁ ଦଳରୁ ବିହାଷ୍କାର କରାଯାଇଥିବା ନେଇ ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ପ୍ରେସ ଇସ୍ତିହାର ମାଧମ୍ୟରେ ଜଣାଇଛନ୍ତି ।

Leave A Reply

Your email address will not be published.