Odisha news

TV ଅଧିକ ଦେଖିବାର ସାଇଡ ଇଫେକ୍ଟ , ହୋଇପାରନ୍ତି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ : ରିସର୍ଚ୍ଚ

0

ଖାଲିରେ ବସିବା ଉଭୟ ଶାରୀରିକ ଓ ମନୀଷୀଙ୍କ ଭାବରେ ପ୍ରଭାବିତ କରିପାରେ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ବସି ରହିବାର ଅଲଗା ଅଲଗା ପ୍ରଭାବ  ପଡିଥାଏ l ଯେପରିକି ଦୀର୍ଘ ସମୟ ପର୍ଯ୍ୟନ୍ତ ଡେସ୍କ ଉପରେ ବସିବା, ଗାଡି ଚଳାଇବା, କିମ୍ବା ଟିଭି ଦେଖିବାର ଅଲଗା ଅଲଗା ପ୍ରଭାବ ପଡିଥାଏ l ଏହି ୩ଟି ଅବସ୍ଥାରେ ଶରୀର ଓ ମସ୍ତିଷ୍କ ର ବ୍ୟବହାର ଅଲଗା ଅଲଗା ପ୍ରକାରର ହୋଇଥାଏ l ଏଥି ମଧ୍ୟରୁ ସବୁଠୁ ଭୟଙ୍କର ହେଉଛି ଟିଭି ଦେଖିବା l ରିସର୍ଚ୍ଚ ରୁ ଜଣା ପଡିଛି ଯେ ଦୀର୍ଘ ସମୟ ଧରି ଟିଭି ଦେଖିବା ଦ୍ୱାରା ଡିପ୍ରେସନ ର ବିପଦ ୪୩ ପ୍ରତିଶତ ବଢି ଯାଇଥାଏ l ତେଣୁ ମଣିଷକୁ ଶାରୀରିକ ଭାବରେ କାର୍ଯ୍ୟ ଦକ୍ଷତା ବଢାଇବା ଜରୁରୀ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଫିଜିକାଲି ଆକ୍ଟିଭ ରହିବା ଦ୍ୱାରା ହାର୍ଟ, ବ୍ଲଡ଼ ପ୍ରେସର ଓ ମୋଟାପା ର ବିପଦ କମ ରହିଥାଏ, କିନ୍ତୁ ଯଦି ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ଟିଭି ଦେଖିଥାଉ ତେବେ ରୋଗ ବଢ଼ିବାରେ ବିଳମ୍ବ ହୋଇନଥାଏ l

– ଖାଲି ରେ ବସି ଦୀର୍ଘ ସମୟ ଧରି ଟିଭି ଦେଖିବା ଦ୍ୱାରା ଷ୍ଟ୍ରେସ ଓ ଡିପ୍ରେସନ ସମସ୍ୟା ବଢି ଯାଇଥାଏ l ୟୁକେ ରେ ହୋଇଥିବା ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ ଯଦି ଆମେ ନିଜକୁ ମେଂଟାଳୀ ଆକ୍ଟିଭ ରଖିବା ତେବେ ଅନେକ ରୋଗ ଠାରୁ ଦୂରେଇ ରହିବା l

– ବୈଜ୍ଞାନିକ ଙ୍କ ମତରେ ସବୁବେଳେ ଟିଭି ଦେଖିବା ମାନସିକ ଭାବରେ ନିଷ୍କ୍ରିୟ କାର୍ଯ୍ୟ ବୋଲି କୁହାଯାଇ ଥାଏ l ଏହାଦ୍ୱରା ମେଣ୍ଟାଲ ହେଲ୍ଥ ପ୍ରଭାବିତ ହୋଇଥାଏ l  ଏବଂ ଅନ୍ୟ ପକ୍ଷରେ ମୋଟାପା ମଧ୍ୟ ଡିପ୍ରେସନ ର କାରଣ ହୋଇଥାଏ l

– ଯଦି ଆପଣ ଦିନସାରା ନିଜକୁ କୌଣସି କାର୍ଯ୍ୟରେ ବସିକି ଲିପ୍ତ ରଖୁଛନ୍ତି ଯେପରିକି ବହି ପଢିବା , କିଛି ସିଲେଇ କରିବା, କିଛି ଖାଦ୍ୟ ପ୍ରସ୍ତୁତ କରିବା ଇତ୍ୟାଦି କାମରେ ନିଜକୁ ବ୍ୟସ୍ତ ରଖନ୍ତୁ l ଏଭଳି ସବୁ କାର୍ଯ୍ୟ ଆପଣଙ୍କୁ ମାନସିକ ଚାପ ରୁ ମୁକ୍ତି କରିବ ଓ ଡିପ୍ରେସନ ଠାରୁ ମଧ୍ୟ ଦୁରେଇ ରଖିବ l

Leave A Reply