Odisha news

ଆତ୍ମ ନିର୍ଭର ହେବେ ମହିଳା : ବନଧନ ଯୋଜନାରେ ସାମିଲ ହେବ ଟସର

0

ଠାକୁରମୁଣ୍ଡା -25/2ସମୟ ବ୍ୟୁର )  କେନ୍ଦ୍ରୀୟ ରେଶମ ବୋର୍ଡ ପକ୍ଷରୁ ଠାକୁରମୁଣ୍ଡାରେ ଚାଲିଥିବା ଟସର ସୂତାକଟା ତାଲିମ କେନ୍ଦ୍ର 25 ତାରିଖରେ ପରିଦର୍ଶନ କରିଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତୃପକ୍ଷ l ଟିମରେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ବିଶ୍ୱନାଥ ମିଶ୍ର,ବିଷୟବସ୍ତୁ ବିଶେଷଜ୍ଞ ସଂଘମିତ୍ରା ଦାସ ଓ ଆଇଜିଏସ ପ୍ରତିନିଧି ପ୍ରମୋଦ କୁମାର ପଲେଇ ଟସର ସୂତାକଟା ତାଲିମ ଅନୁଧ୍ୟାନ କରିଥିଲେ l ଶ୍ରୀ ମିଶ୍ର ମହିଳା ମାନଙ୍କୁ ତାଲିମର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ l

ଫେବୃଆରୀ ୨ ତାରିଖରୁ ଚାଲିଥିବା ଏହି ତାଲିମ ସେମାନଙ୍କୁ ଦକ୍ଷ କରିପାରିଛି ବୋଲି ମହିଳା ମାନେ ମତ ଦେଇଥିଲେ l ଟସର ହିତାଧିକାରୀଙ୍କୁ ଖୁବ  ଶୀଘ୍ର ବନ ଧନ ଯୋଜନାରେ ସାମିଲ କରାଯିବ ବୋଲି ସେ କହି lଥିଲେ l ଆର ଆର ଡି ଓ ସହଯୋଗରେ ଠାକୁରମୁଣ୍ଡାରେ ଏହି ତାଲିମ ଚାଲିଥିବା ସମ୍ପାଦକ ଶରତ ତ୍ରିପାଠୀ ଅବଗତ କରିଥିଲେ l    କେନ୍ଦ୍ରୀୟ ରେଶମ ବୋର୍ଡର ତାଲିମଦାତା ରବୀନ୍ଦ୍ର ନାରାୟଣ ମିଶ୍ର ଏବଂ ସମ୍ପାଦକ ଶରତ ତ୍ରିପାଠୀ ଟସରକୁ ନେଇ କିପରି ଆଗାମୀ ଯୋଜନା କରାଯାଇପାରିବ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l

Leave A Reply