ଆଜିକାଲିର ଜୀବନ ଶୈଳୀ ମଣିଷର ସ୍ୱାସ୍ଥ୍ୟବସ୍ଥା କୁ ଗଭୀର ଭାବରେ ପ୍ରଭାବ ପକାଉଛି l ଗବେଷକ ଙ୍କ ମତରେ ମୁଣ୍ଡବିନ୍ଧା କୁ ସାଧାରଣ ଭାବରେ ଗ୍ରହଣ କରିବା ଉଚିତ ନୁହେଁ l ଆମର ଯେବେବି ମୁଣ୍ଡବିନ୍ଧା ହୋଇଥାଏ ଆମେ ତୁରନ୍ତ ଔଷଧ ସେବନ କରି ଦେଇ ତାହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାଉ l କିନ୍ତୁ ଅଧିକ ପେନ କିଲର ସେବନ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିଥାଏ l କାରଣ ବେଳେ ସାମାନ୍ୟ ମୁଣ୍ଡ ବିନ୍ଧ ଯନ୍ତ୍ରଣା ମଧ୍ୟ ବ୍ରେନ ଟ୍ୟୁମର ର କାରଣ ହୋଇଥାଏ l ତେଣୁ ଶରୀରରେ ଏଭଳି ପରିବର୍ତ୍ତନ କୁ ନିହାତି ଏଡ଼ାଇବା ଜରୁରୀ ଅଟେ l
ବ୍ରେନ ଟ୍ୟୁମର କଣ -:
ମସ୍ତିଷ୍କରେ ଅନିୟନ୍ତ୍ରିତ ଓ ଆବନର୍ମାଲ ଭାବରେ ସେଲସ ର ବୃଦ୍ଧି କୁ ବ୍ରେନ ଟ୍ୟୁମର କୁହାଯାଏ l ଏହା ୨ ପ୍ରକାରର ହୋଇଥାଏ , ଗୋଟିଏ ହେଲା ପ୍ରାଇମେରୀ ଓ ଅନ୍ୟଟି ସେକେଣ୍ଡାରୀ l ପ୍ରାଇମେରୀ ଟ୍ୟୁମର ରେ ମସ୍ତିଷ୍କର କୋଷିକା ଗୁଡିକ ଅସାମାନ୍ୟ ଭାବରେ ବୃଦ୍ଧି ହୋଇଥାଏ l ସେକେଣ୍ଡାରୀ ଟ୍ୟୁମର ରେ ଶରୀର ର ଅନ୍ୟ ସ୍ଥାନ ଗୁଡ଼ିକରୁ ଅସାମାନ୍ୟ କୋଷିକା ମସ୍ତିଷ୍କରେ ବ୍ୟାପିଥାଏ l ପ୍ରାଇମେରୀ ତୁଳନାରେ ସେକେଣ୍ଡାରୀ ଟ୍ୟୁମର ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ l
ସ୍ତନ, ଫୁସଫୁସ ଓ ସ୍କିନ ରୁ କ୍ୟାନ୍ସର ମଧ୍ୟ ସାଧାରଣ ଭାବରେ ବ୍ୟାପିଥାଏ l
ବ୍ରେନ ଟ୍ୟୁମର ର ପ୍ରାରମ୍ଭିକ ଲକ୍ଷଣ –
– ମୁଣ୍ଡରେ ଯନ୍ତ୍ରଣା
– ମୁଣ୍ଡ ବୁଲାଇବା କିମ୍ବା ବାନ୍ତି ଲାଗିବା
– ଶରୀର ଦୁର୍ବଳ ଲାଗିଥାଏ
– ଠିଆ ହେବା ଓ ଚାଲିବା ସମୟରେ ସନ୍ତୁଳନ ହରାଇବା
– କଥା କହିବା ଓ ଶୁଣିବାରେ ଅସୁବିଧା ହୋଇଥାଏ
କଣ କରିବା କଣ ନକରିବା –
ମୁଣ୍ଡ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ଅଟେ, ଆମେ ସାମାନ୍ୟ ଯନ୍ତ୍ରଣାରେ ଡାକ୍ତର ନିକଟକୁ ଯିବା ବଦଳରେ ଯେ କୌଣସି ଔଷଧ ସେବନ କରି ଆରାମ କରିଥାଉ l ଯଦି ଏହାଦ୍ୱାରା ମଧ୍ୟ ଆପଣଙ୍କୁ ଆରାମ ମିଳୁନାହିଁ ତେବେ ଡାକ୍ତରଙ୍କ ନିକଟକୁ ନିହାତି ଯିବା ଆବଶ୍ୟକ l ଗବେଷକ ଙ୍କ ମତରେ ଯଦି ଠିକ ସମୟରେ ଆମେ ବ୍ରେନ ଟ୍ୟୁମର କୁ ଜାଣିପାରି ନିଜର ଚିକିତ୍ସା କରାଇ ପାରିବା ତେବେ ନିଶ୍ଚିନ୍ତ ଭାବରେ ସୁସ୍ଥ ହୋଇପାରିବେ l
