Odisha news

ଘରେ ଗୋଟିଏ ରୁ ଅଧିକ ତୁଳସୀ ବୃକ୍ଷ ଲଗାଇ ହେବ କି ନାହିଁ ଏବଂ କଣ ରହିଛି ଏହା ପଛର ଧାର୍ମିକ ମହତ୍ୱ

0

ଭାରତ ଗୋଟିଏ ହିନ୍ଦୁ ବହୁଳ ରାଷ୍ଟ୍ର, ଏବଂ ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଅନେକ ମର୍ଯ୍ୟାଦା ଦିଆଯାଇ ଥାଏ l ତେଣୁ ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ବୃକ୍ଷ ଆମେ ଅନେକ ମାତ୍ରାରେ ଦେଖିବାକୁ ପାଇଥାଉ l ତୁଳସୀ ବା ମା ବୃନ୍ଦାବତୀ ଙ୍କୁ ଗୃହ ର ରକ୍ଷା କାରିଣୀ ବା ରକ୍ଷା ରକ୍ଷା କର୍ତ୍ରୀ ବୋଲି ମଧ୍ୟ କୁହାଯାଇ ଥାଏ l

କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ଆୟୁର୍ବେଦ ର ଚିକିତ୍ସା ରେ ତୁଳସୀ ର ଅନେକ ମହତ୍ୱ ରହିଛି l ସେଥିପାଇଁ ଅନେକ ଅଣହିନ୍ଦୁ ପରିବାର ରେ ମଧ୍ୟ ତୁଳସୀ ବୃକ୍ଷରେ ଦେଖିବାକୁ ମିଳିଥାଏ l ଏହାସହ ତୁଳସୀ ଗଛ ବାସ୍ତୁ ଦୃଷ୍ଟିରୁ ମଧ୍ୟ ଅନେକ ମହତ୍ଵପୁର୍ଣ ଅଟେ l କିନ୍ତୁ ଆଜି ଆସନ୍ତୁ ଜାଣିବା  ଶାସ୍ତ୍ର ମତରେ ଆମେ ଗୋଟିଏ ଘରେ ଗୋଟିଏରୁ ଉର୍ଧ୍ଵ ତୁଳସୀ ରଖି ପରିବା ନା ନାହିଁ ?

– ମାନ୍ୟତା ଅନୁସାରେ କିଛିଟା ନିର୍ଦ୍ଧିଷ୍ଟ ସଂଖ୍ୟାର ତୁଳସୀ ବୃକ୍ଷ ଘରେ ଲଗାଇବା ଶୁଭ ଅଟେ, ଯେପରିକି ଆପଣ ଯଦି ଘରେ ତୁଳସୀ ବୃକ୍ଷ ଲଗାଉଛନ୍ତି ତେବେ ୧ ,୩ , ୫, ୭ ଏଭଳି ସଂଖ୍ୟାର ତୁଳସୀ ଲଗାଇ ପାରିବେ L  ଏହା ବାସ୍ତୁ ଦୃଷ୍ଟିରୁ ଶୁଭ ହୋଇଥାଏ l

– ତୁଳସୀ ବୃକ୍ଷ କଦାପି ସିଧାସଳଖ ମାଟି ଉପରେ ଲଗାନ୍ତୁ ନାହିଁ, ଏହା ସକାରାତ୍ମକ ପ୍ରଭାବ ଦେଇ ନଥାଏ, ତେଣୁ ଯେବେବି ତୁଳସୀ ଲଗାଉଛନ୍ତି ଏହାକୁ ଗୋଟିଏ ମାଟି କୁଣ୍ଡ କିମ୍ବା କୌଣସି ଚଉଁରା ରେ ଲଗାଇବା ଜରୁରୀ l

– କଦାପି ରବିବାର, ଏକାଦଶୀ, ଗୁରୁବାର ରେ ତୁଳସୀ ଗଛରୁ ପତ୍ର ତୋଳିବା ଉଚିତ ନୁହେଁ, କାହିଁକି ନା ଏଥିରେ ଦେବତା ଙ୍କ ବାସ ହୋଇଥାଏ l ଏହାଛଡା ଗ୍ରହଣ ସମୟ, ପରାଗ ସମୟ, ସଂକ୍ରାନ୍ତୀ ଦିନ, ପୁର୍ଣିମା ଦିନ ଓ ସନ୍ଧ୍ୟା ସମୟ ରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ l ଏହା ସମୃଦ୍ଧିରେ ବାଧା ଆଣିଥାଏ l

Ad2
Leave A Reply