Odisha news

ଶ୍ୟାମ – ରାମ ତୁଳସୀ ମଧ୍ୟରେ କଣ ଅନ୍ତର, କେଉଁ ତୁଳସୀ ଘରେ ଲଗାଇବା ଶୁଭ

0

ଶାସ୍ତ୍ର ଅନୁସାରେ ତୁଳସୀ ର ବିଶେଷ ମହତ୍ୱ ରହିଛି l ତୁଳସୀ ୨ପ୍ରକାରର ରହିଥାଏ, ଗୋଟିଏ ଶ୍ୟାମ ତୁଳସୀ ଓ ଅନ୍ୟଟି ରାମ ତୁଳସୀ l ଆସନ୍ତୁ ଜାଣିବା ଏହି ୨ଟି ତୁଳସୀ ମଧ୍ୟରେ କଣ ପ୍ରଭେଦ ରହିଛି l

* ଶ୍ୟାମ ତୁଳସୀ – ଶ୍ୟାମ ତୁଳସୀ ପତ୍ର ଗାଢ଼ ରଙ୍ଗ ସହିତ ସାମାନ୍ୟ ନୀଳ ବାଇଗଣୀ ରଙ୍ଗର ଅଟେ l ଶ୍ୟାମ ତୁଳସୀ କୃଷ୍ଣଙ୍କ ର ଖୁବ ପସନ୍ଦ ଅଟେ l କୁହାଯାଏ ଯେ ଏହି ତୁଳସୀ ର ଶ୍ରୀକୃଷ୍ଣ ଙ୍କ ରଙ୍ଗ ସହିତ ସମାନ l କୃଷ୍ଣ ଙ୍କ ଅନ୍ୟ ନାମ ଶ୍ୟାମ ଅଟେ ତେଣୁ ଏହି ତୁଳସୀ ର ନାମ ଶ୍ୟାମ ତୁଳସୀ ଅଟେ l ଏହି ତୁଳସୀ ପତ୍ର ସାମାନ୍ୟ ମିଠା ଲାଗିଥାଏ l

* ରାମ ତୁଳସୀ – ରାମ ତୁଳସୀ ପତ୍ର ସବୁଜ ରଙ୍ଗର l ମାନ୍ୟତା ରହିଛି ଯେ ଏହି ତୁଳସୀ ରାମଙ୍କର ଖୁବ ପ୍ରିୟ ଅଟେ l ରାମ ତୁଳସୀ କୁ ଘରେ ଲଗାଇବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l ଯେ କୌଣସି ପୂଜା ପାଠ ରେ ରାମ ତୁଳସୀ ବ୍ୟବହୃତ ହୋଇଥାଏ l

* ଘରେ କେଉଁ ତୁଳସୀ ଲଗାଇବା ଉଚିତ – ଶାସ୍ତ୍ର ଅନୁସାରେ ରାମ ତୁଳସୀ ଓ ଶ୍ୟାମ ତୁଳସୀ ଉଭୟ ର ଖୁବ ମହତ୍ୱ ରହିଛି l ସେଥିପାଇଁ ୨ଟି ଯାକ ତୁଳସୀକୁ ଘରେ ଲଗାଯାଇ ଥାଏ l ଅନେକ ଘରେ ରାମ ତୁଳସୀ ଲଗା ଯାଇଥାଏ ଯାହାଦ୍ୱାରା ଉନ୍ନତିର ମାର୍ଗ ଖୋଲି ଯାଇଥାଏ l

* ତୁଳସୀ କେଉଁଦିନ ଲଗାଇବା ଆବଶ୍ୟକ – ଶାସ୍ତ୍ର ଅନୁସାରେ ତୁଳସୀ ଲଗାଇବା ପାଇଁ ଗୁରୁବାର, ଶୁକ୍ରବାର, ଶନିବାର ଦିନ ଶୁଭ ହୋଇଥାଏ l ଗୁରୁବାର ଦିନ ତୁଳସୀ ଲଗାଇବା ଦ୍ୱାରା ଭଗବାନ ବିଷ୍ଣୁ ଙ୍କ କୃପା ଲାଭ ହୋଇଥାଏ l ଶନିବାର ଦିନ ତୁଳସୀ ଲଗାଇଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

* ତୁଳସୀ କେବେ ଲଗାଇବା ଉଚିତ ନୁହେଁ – ଏକାଦଶୀ, ରବିବାର, ଷୋମବାର, ବୁଧବାର ଓ ଗ୍ରହଣ ଓ ପରାଗ ଦିନ ତୁଳସୀ ଲଗାଇବା ଉଚିତ ନୁହେଁ l ଏହା କରିବା ଅଶୁଭ ଅଟେ l ଏହାଛଡା ଏହିସବୁ ଦିନ ତୁଳସୀ ଛିଡ଼ାଇବା ମଧ୍ୟ ଅଶୁଭ l

Nalco
Leave A Reply