Odisha news

ଯଦି ନିଜ ଠାକୁରଘରେ ତୁଳସୀପତ୍ର ରଖୁଛନ୍ତି ତେବେ ଏହି ୪ଟି ନିୟମକୁ ନିହାତି ଜାଣି ରଖିବା ଜରୁରୀ

0

ତୁଳସୀର ନିଜର ସ୍ୱତନ୍ତ୍ର ପବିତ୍ରତା କାରଣରୁ ସେ ସର୍ବଦା ପୂଜନୀୟା ଅଟେ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ତୁଳସୀ ବୃକ୍ଷରେ ମା ଲକ୍ଷ୍ମୀ ବାସ କରନ୍ତି l ଏହାଛଡା ତୁଳସୀ ଗଛର ସମ୍ବନ୍ଧ ଭଗବାନ ବିଷ୍ନୁ ଙ୍କ ସହିତ ରହିଛି l ମାନ୍ୟତା ଅନୁସାରେ ଯେଉଁଠି ତୁଳସୀ ଲାଗିଥାଏ ସେଠାରେ ନକାରାତ୍ମକ ଶକ୍ତି ବାସ କରିନଥାଏ l ହିନ୍ଦୁ ପରିବାର ଗୁଡିକରେ ତୁଳସୀକୁ ପୂଜା କରିବା ସହ ତୁଳସୀ ପତ୍ରକୁ ତୋଳି ଠାକୁର ଘରେ ରଖିବାର ମଧ୍ୟ ବିଧି ରହିଛି l କିନ୍ତୁ ଏହି ପତ୍ର ରଖିବାର କିଛିଟା ନିୟମ ମଧ୍ୟ ରହିଛି l

ଆସନ୍ତୁ ଆଜି ଜାଣିବା ତୁଳସୀ ପତ୍ର ଠାକୁରଘର ଭିତରେ ତୋଳି ରଖିବାର କଣ ନିୟମ ରହିଛି -:

* ଧାର୍ମିକ ମାନ୍ୟତା ଅନୁସାରେ ଘରର ଠାକୁରଘରେ ୨ଟି ତୁଳସୀ ପତ୍ର କୁ ରଖିପାରିବେ l କିନ୍ତୁ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ନିଜର ଠାକୁରଘର ଭିତରେ ଆପଣ ୭ଟି ତୁଳସୀପତ୍ର ରଖିବା ଖୁବ ଶୁଭ ଅଟେ l

* ତୁଳସୀପତ୍ର ଯେତେ ପୁରୁଣା ହୋଇଗଲେ ମଧ୍ୟ ତାର ପବିତ୍ରତା କଦାପି ନଷ୍ଟ ହୋଇ ନଥାଏ l ଆପଣ ଚାହିଁଲେ ନିଜର ଠାକୁର ଘରେ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ତୁଳସୀ ପତ୍ର ରଖିପାରିବେ l ଏହାଦ୍ୱାରା କୌଣସି କ୍ଷତି ହୋଇନଥାଏ l

* ତୁଳସୀ ୨ ପ୍ରକାରର ରହିଥାଏ, ଗୋଟିଏ ହେଲା ଧଳା ତୁଳସୀ ଓ ଅନ୍ୟଟି ଶ୍ୟାମ ତୁଳସୀ l କିନ୍ତୁ ନିଜ ଠାକୁରଘର କଦାପି ଛିଡା ପତ୍ର ରଖିବା ଉଚିତ ନୁହେଁ l ଏହାଛଡା ଉଭୟ ତୁଳସୀ ଘର ପାଇଁ ଖୁବ ଶୁଭ ଅଟେ l

* ଧାର୍ମିକ ମାନ୍ୟତା ଅନୁସାରେ ତୁଳସୀ ପତ୍ର ବିଶେଷ ଭାବରେ ଶ୍ରୀକୃଷ୍ଣ ଙ୍କୁ ଅର୍ପଣ କରାଯାଇ ଥାଏ l ଏହାଛଡା ମା ଲକ୍ଷ୍ମୀ ଓ ଭଗବାନ ବିଷ୍ନୁ ଙ୍କୁ ମଧ୍ୟ ତୁଳସୀ ଅର୍ପଣ କରିବା ଖୁବ ଶୁଭ ଅଟେ l

Leave A Reply