Odisha news

ଜଣେ ବ୍ୟବସାୟୀରୁ ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ରାଜନୈତିକ ଜୀବନ କେମିତି ରହିଛି

0

ନୂଆଦିଲ୍ଲୀ : ଆମେରିକାରେ ଆଉଥରେ ଟ୍ରମ୍ପ ସରକାର ଗଢିଲେ, ରାଷ୍ଟ୍ରପତି ମତଦାନ ରେ ଡୋନାଲଡ ଟ୍ରମ୍ପ ଭାରତୀୟ ବଂଶ ଉଦ୍ଭବ କମଳା ହାରିସ ଙ୍କୁ ପାଖାପାଖି ପରାସ୍ତ କରି ଦେଇଛନ୍ତି l ଆମେରିକାର ରାଷ୍ଟ୍ରପତି ହେବା ପାଇଁ ୨୭୦ ସିଟ ଆବଶ୍ୟକ ରହିଥିଲା, ଯାହାକି ଟ୍ରମ୍ପ ହାସଲ କରିବାରେ ସକ୍ଷମ ହୋଇଥିଲେ l ବର୍ତମାନ ଆମେରିକାର ନେତୃତ୍ୱ ର ଭାର ଟ୍ରମ୍ପ ଙ୍କ ଉପରେ ରହିଲା l

ଡୋନାଲଡ ଟ୍ରମ୍ପ ଙ୍କ ଜନ୍ମ –
ଡୋନାଲଡ ଟ୍ରମ୍ପ ଙ୍କ ଜନ୍ମ ଜୁନ ୧୪ ୧୯୪୬ ରେ ନିୟୁୟର୍କ ରେ ହୋଇଥିଲା, ଟ୍ରମ୍ପ ଙ୍କ ପରିବାର ଗୋଟିଏ ଧନୀ ଓ ପ୍ରତିଷ୍ଠିତ ପରିବାର ଭାବରେ ଜଣାଶୁଣା l ସେଥିପାଇଁ କୁହାଯାଏ ଯେ ଟ୍ରମ୍ପ ଗୋଲଡେନ ଚାମଚ ରେ ଜନ୍ମ ହୋଇଥିଲେ l ଟ୍ରମ୍ପ ଛୋଟ ଥିବା ସମୟ ରେ ତାଙ୍କ ମା ସର୍ବଦା ରୋଗରେ ପୀଡିତ ରହୁଥିଲେ, ସେଥିପାଇଁ ସେ ନିଜ ପିତାଙ୍କର ଅଧିକ ନିକଟତର l ଟ୍ରମ୍ପ ପିଲାଟି ଦିନରୁ ଖୁବ ବଦମାସ ଥିଲେ ତେଣୁ ତାଙ୍କ ପିତାଙ୍କ ନିକଟକୁ ସବୁବେଳେ ସ୍କୁଲ ରୁ କମ୍ପ୍ଲେନ ଆସୁଥିଲା l ଯେତେବେଳେ ତାଙ୍କ ବୟସ ମାତ୍ର ୧୩ ବର୍ଷ ଥିଲା ତାଙ୍କ ପିତା ତାଙ୍କର ଆଡ଼ମିସନ ମିଲିଟାରୀ ସ୍କୁଲ ରେ କରାଇ ଦେଇଥିଲେ l

ମିଲିଟାରୀ ସ୍କୁଲ ରେ ଶିକ୍ଷା ଗ୍ରହଣ ପରେ ଟ୍ରମ୍ପ ଫୋର୍ଡ଼ହାମ୍ ବିଶ୍ୱବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଏଠାରେ ଶିକ୍ଷା ଗ୍ରହଣ ପରେ ଟ୍ରମ୍ପ ପେନ୍ସିଲବେନୀୟା ବିଶ୍ୱବିଦ୍ୟାଳୟ ରେ ରିୟଲ ଇଷ୍ଟେଟ ରେ ଶିକ୍ଷା ଗ୍ରହଣ କରିଥିଲେ l ଏବଂ ୧୯୬୮ ରେ ଇକନୋମିକ୍ସ ସାଇନ୍ସ ରେ ଡିଗ୍ରୀ ଗ୍ରହଣ କଲେ l

ଟ୍ରମ୍ପ ଙ୍କୁ ରିୟଲ ଇଷ୍ଟେଟ ର ମୋଗଲ କୁହାଯାଉଥିଲା l ସେ ରାଜନୀତିକୁ ଆସିବା ପୂର୍ବରୁ ଜଣେ କୋଟିପତି ଥିଲେ l ଏମିତିରେ କହିବାକୁ ଗଲେ ୧୯୮୦ ରେ ରାଜନୀତି ରେ ଟ୍ରମ୍ପ ଏଣ୍ଟ୍ରି କରିଥିଲେ, କିନ୍ତୁ ୨୦୧୫ ରେ ସେ ରିପବ୍ଲିକାନ ପାର୍ଟି ରୁ ରାଷ୍ଟ୍ରପତି ପଦବୀ ପାଇଁ ନିଜ ନାମାଙ୍କନ ଭରି ଥିଲେ l ଏହାପରେ ୨୦୧୬ ରେ ଡେମୋକ୍ରାଟିକ ପାର୍ଟି ର ପାର୍ଥି ହିଲାରୀ କ୍ଲିଣ୍ଟନ ଙ୍କୁ ହରାଇଥିଲେ l ଏହିଠାରୁ ଟ୍ରମ୍ପଙ୍କର ରାଜନୀତି ଜିବନର ଅସଲ ଆରମ୍ଭ ହେଲା l

ଟ୍ରମ୍ପ ନିଜର ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚାରେ ରହି ଥାଆନ୍ତି l ସେ ତିନୋଟି ବିବାହ କରିଛନ୍ତି l ତାଙ୍କର ପ୍ରଥମ ପତ୍ନୀ ଇବାନl ଟ୍ରମ୍ପ, ଦ୍ଵିତୀୟ ପତ୍ନୀ ମାର୍ଲl ଟ୍ରମ୍ପ ଏବଂ ବର୍ତମାନ ର ପତ୍ନୀ ମେଳାନୀୟା ଟ୍ରମ୍ପ l  ଟ୍ରମ୍ପଙ୍କର ୫ଟି ସନ୍ତାନ ରହିଛନ୍ତି l

Leave A Reply