Odisha news

କିଛି ଘଣ୍ଟା ପରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ଡୋନାଲଡ ଟ୍ରମ୍ପ , କିନ୍ତୁ ଲୋକ ମାନଙ୍କୁ ଅପିଲ ଘରୁ ବାହାର ନାହିଁ

0

କିଛି ଘଣ୍ଟା ପରେ ଡୋନାଲଡ ଟ୍ରମ୍ପ ଆମେରିକୀୟ ସମୟ ଅନୁସାରେ ଦ୍ବିପ୍ରହର ୧୨ ସମୟ ରେ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ, ବର୍ତମାନ ଅଧିକ ଥଣ୍ଡା ଓ ବରଫପାତ କାରଣରୁ ଡୋନାଲଡ ଟ୍ରମ୍ପ ଙ୍କ ଶପଥ ଗ୍ରହଣ କ୍ୟାପିଟାଲ ହିଲ ର ରୋଣ୍ଟୁଡା ହଲ ଭିତରେ ହେବ, ଟ୍ରମ୍ପ ଙ୍କ ପୂର୍ବରୁ ୧୯୮୫ ରେ ରୋନାଲଡ ରେଗାନ ଙ୍କର ଶପଥ ଗ୍ରହଣ ସମରୋଜ ଇଣ୍ଡୋର ରେ ହୋଇଥିଲା l ବର୍ତମାନ ୱାସିଂଟନ ଡିସି ରେ ପ୍ରବଳ ଥଣ୍ଡା ଓ ସର୍ଦି ହେତୁ ଲୋକ ମାନଙ୍କୁ ଘରୁ ନବାରିବାକୁ କୁହାଯାଇଛି l

ଅନ୍ୟ ପକ୍ଷରେ ଡୋନାଲଡ ଟ୍ରମ୍ପ ସଫା ସଫା କହି ଦେଇଛନ୍ତି ଯେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ୧୦୦ ଟି ମହତ୍ଵପୁର୍ଣ ଫାଇଲ ରେ ହସ୍ତାକ୍ଷରର କରିବେ l ସର୍ବ ପ୍ରଥମ କାର୍ଯ୍ୟ ତାଙ୍କର ରହିବ ବର୍ଡ଼ର କୁ ମଜବୁତ କରିବା ବୋଲି ସେ ଆଗରୁ କହି ସାରିଛନ୍ତି l ଯାହାକି ସେ ନିଜ ପ୍ରଥମ କାର୍ଯ୍ୟକଳାରେ କରିଥିଲେ l କାର୍ଯ୍ୟକ୍ରମ ର ଆରମ୍ଭ ହ୍ୱାଇଟ ହାଉସ ନିକଟରେ ଥିବା ସେଣ୍ଟ ଜନ ଏପିସ୍କୋପଲ ଚର୍ଚ୍ଚ ରୁ ଗୋଟିଏ ପ୍ରାର୍ଥନା ସଭାରୁ ହେବ l ଏହାପରେ ଡୋନାଲଡ ଟ୍ରମ୍ପ ତାଙ୍କ ପତ୍ନୀ ଏବଂ ଜୋ ବାଇଡେନ ତାଙ୍କ ପତ୍ନୀ ମିଳିତ ଭାବରେ ହ୍ୱାଇଟ ହାଉସ ରେ ଚା ପିଇବେ l

ଶପଥ ଗ୍ରହଣ ପରେ ଡୋନାଲଡ ଟ୍ରମ୍ପ ଦେଶ କୁ ସମ୍ବୋଧନ କରିବେ, ଏବଂ ଏହାପରେ  ଜୋ ବାଇଡେନ ଓ କମଳା ହାରିସ ଙ୍କୁ ସମ୍ମାନ ପୂର୍ବକ  ବିଦାୟ ମଧ୍ୟ ଦିଆଯିବ l ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ଗୁରୁତ୍ୱପୂର୍ଣ କାଗଜ ଉପରେ ହସ୍ତାକ୍ଷର ମଧ୍ୟ କରିବେ l ଶପଥ ଗ୍ରହଣ ସମାରୋହ ରେ ବିଶେଷ ଅତିଥି ଓ ପ୍ରମୁଖ ଆମେରିକୀୟ ଅଧିକାରୀ ଶାମିଲ ରହିବେ l

Leave A Reply