ଚୀନ ସରକାର ଆଗାମୀ ବର୍ଷ ୨୦୨୫ ରେ ଆର୍ଥିକ ବୃଦ୍ଧି କରିବା ପାଇଁ ପଦକ୍ଷେପ ଉଠାଇଛନ୍ତି ଜନସାଧାରଣ ଙ୍କୁ ପ୍ରତିଶୃତି ଦେଇଛନ୍ତି , ଚୀନ ପୂର୍ବରୁ ୨ ଟ୍ରିଲିୟାନ ଡଲାର ରୁ ଅଧିକ ପ୍ରାତ୍ସାହନ ପ୍ୟାକେଜ ର ଘୋଷଣା କରିଛନ୍ତି l ଅନେକ ବିଶେଷଜ୍ଞ ଙ୍କ ମତରେ ଏହା ପର୍ଯ୍ୟାପ୍ତ ନୁହେଁ, କରୋନା ମହାମାରୀ ପରେ ବିଶ୍ୱର ସମସ୍ତ ଦେଶ ଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା କହିଲେ ଚଳେ , ଏବଂ ଅର୍ଥବ୍ୟବସ୍ଥା ପତନ ହେବାକୁ ମଧ୍ୟ ଚୀନ ଅନୁଭବ କରିଥିଲା l ଏହାଛଡା ଆମେରିକା ସହିତ ଜାରି ବ୍ୟବସାୟିକ ଉତେଜନା ମଧ୍ୟ ଚୀନ ର ରପ୍ତାନି କୁ କ୍ଷତି କରିଥିଲା l ଡୋନାଲଡ ଟ୍ରମ୍ପ ଙ୍କ ଦ୍ଵିତୀୟ କାର୍ଯ୍ୟକାଳ ରେ ଏହି ଉତେଜନା ଅଧିକ ବଢିପାରେ l
ଟ୍ରମ୍ପ ଙ୍କ ଦ୍ଵିତୀୟ କାର୍ଯ୍ୟକାଳ ରେ ଚୀନ ଉଠାଇପାରେ ଏହି ପଦକ୍ଷେପ –
ଟ୍ରମ୍ପ ଜାନୁଆରୀ ୨୦୨୫ ରେ ହ୍ୱାଇଟ ହାଉସ କୁ ପୁନର୍ବାର ଫେରିବାକୁ ଯାଉଛନ୍ତି, ଏବଂ ସେ ଚୀନ ରୁ ରପ୍ତାନି ହେଉଥିବା ଜିନିଷ ଉପରେ ନୂଆ ଶୁଳ୍କ ଲଗାଇବାକୁ ଯାଉଛନ୍ତି l ଟ୍ରମ୍ପ ଗତମାସ ରେ କହିଛନ୍ତି ଯେ ସେ ଆମେରିକାକୁ ରପ୍ତାନି ହେଉଥିବା ସମସ୍ତ ଚୀନୀ ଜିନିଷ ଉପରେ ୧୦ ପ୍ରତିଶତ ଅଧିକ ଶୁଳ୍କ ଲଗାଯିବ l ଯେଉଁଥିରେ ସମ୍ଭବତଃ ସମୁଦାୟ ଟେରୀଫ ୩୫ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ l ଅର୍ଥ ଶାସ୍ତ୍ରୀ ଙ୍କ ମତରେ ଏହାଦ୍ୱାରା ଚୀନ ର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇପାରେ l
ଏହାକୁ ନେଇ ବର୍ତମାନ ଚୀନ ସରକାର ରହିଛନ୍ତି ଚିନ୍ତାରେ ଏବଂ କିପରି ଏହାର ମୁକାବିଲା କରିବେ ସେଥିପାଇଁ ହେଉଛନ୍ତି ପ୍ରସ୍ତୁତ l