Odisha news

ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସକ ବୁସା କୃଷ୍ନାଙ୍କର ନିଧନ : ଆମେରିକାର ରାଷ୍ଟ୍ରପତିଙ୍କ ମୂର୍ତ୍ତିକୁ କରୁଥିଲେ ପୂଜା

0

ନୂଆଦିଲ୍ଲୀ :ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କର ପୂଜା କରୁଥିବା ବୁସା କୃଷ୍ନାଙ୍କର ନିଧନ ହୋଇ ଯାଇଛି l କୃଷ୍ନାଙ୍କର ନିଧନ କାର୍ଡିଆକଟ ଅସୁସ୍ଥତା କାରଣରୁ ହୋଇଛି l କୃଷ୍ନା ଡୋନାଲ୍ଡ  ଟ୍ରମ୍ପଙ୍କର ଜଣେ ବଡ ପ୍ରଶଂସକ ଥିଲେ ଓ ଗତବର୍ଷ ନିଜ ଗାଁରେ ତାଙ୍କର ଗୋଟିଏ ୬ ଫୁଟ ଉଚ୍ଚର ମୂର୍ତ୍ତି ସ୍ଥାପନ କରିଥିଲେ l ସେହି ମୂର୍ତ୍ତିକୁ ସେ ପୂଜା କରୁଥିଲେ l କୁହାଯାଉଛି ଯେ ଡୋନାଲ୍ଡ  ଟ୍ରମ୍ପଙ୍କର ଦୀର୍ଘ ଜୀବନ କାମନା କରି ଶୁକ୍ରବାର ଦିନ ଵ୍ରତମଧ୍ୟ ରଖୁଥିଲେ l ସେହି ମୂର୍ତ୍ତିଟିକୁ ତିଆରିକରିବା ପାଇଁ ୧୫ ଟି ଶ୍ରମିକ ଏକମାସ ସମୟ ନେଇଥିଲେ l

ଚଳିତ ବର୍ଷ ଆରମ୍ଭରେ ଟ୍ରମ୍ପଙ୍କର ଭାରତ ଯାତ୍ରା ସମୟରେ କୃଷ୍ନା ତାଙ୍କ ସହିତ ସାକ୍ଷାତ କରିବାକୁ ଚାହୁଁଥିଲେ l ସେଥିପାଇଁ କୃଷ୍ନା କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ l କୃଷ୍ନା ଲେଖିଥିଲେ ଯେ ତାଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ଭାରତ ସରକାର ତାଙ୍କୁ ସାହାଯ୍ୟ କରନ୍ତୁ l

କୁହl ଯାଉଛି ଯେ ଟ୍ରମ୍ପଙ୍କୁ ନେଇ ତାଙ୍କର ଭଲପାଇବା ଏପରି ଥିଲାଯେ ଗାଁ ଲୋକମାନେ ତାଙ୍କୁ ଟ୍ରମ୍ପ କହି ଡାକୁଥିଲେ l କୃଷ୍ନାଙ୍କ ଘର ମଧ୍ୟ ତାଙ୍କ ଗାଁରେ ଟ୍ରମ୍ପ ହାଉସ ନାମରେ ପ୍ରସିଦ୍ଧ ଥିଲା l କୃଷ୍ନା କହୁଥିଲେ ସେ ଚାହୁଁଛନ୍ତି ଭାରତ ଓ ଆମେରିକାର ସମ୍ପର୍କର ସବୁବେଳେ ମଝବୁତ ହେଉ l କୃଷ୍ନା ଯେତେବେଳେ ଯେଉଁ କାମରେ ବାହାରକୁ ଯାଉଥିଲେ ସେତେବେଳେ ଟ୍ରମ୍ପଙ୍କର ଗୋଟିଏ ଫଟୋ ନିଜ ପକେଟ୍ ରେ ନେଇ ଯାଉଥିଲେ l

Nalco
Leave A Reply