Odisha news

କେନ୍ଦୁଝର ରେ ଟ୍ରକ ଅଟକ,୫ ଦିନ ହେଲା ହୋଇ ପାରୁନି ସମାଧାନ, ସମାଧାନ ପାଇଁ ସଂଘ ଓ ପୋଲିସ ପ୍ରଶାସନର ମିଳିତ ବୈଠକ

0

କେନ୍ଦ୍ରାପଡା :  କେନ୍ଦ୍ରାପଡାର ଶ୍ରୀ ବଳଦେବଜୀୟୁ ଟ୍ରକ ମାଲିକ ସଂଘ ଅଧିନରେ ଥିବା ଟ୍ରକ ଗୁଡିକୁ କେନ୍ଦୁଝର ରେ ଅଟକାଯାଇଥିବା ଘଟଣା କୁ ୫ଦିନ ପୁରି ଗଲାଣି ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସମାଧାନର ବାଟ ଫିଟି ପାରୁନାହିଁ ଏଭଳି ପରିସ୍ଥିତି ରେ ମଙ୍ଗଳବାର ବଳଦେବଜୀୟୁ ଟ୍ରକ ମାଲିକ ସଂଘ, କେନ୍ଦ୍ରାପଡା ସଦର ଥାନା ମାର୍ଶାଘାଇ ଥାନା ମିଳିତ ସମନ୍ୱୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି

ଦୁହୁରିଆ ନିକଟବର୍ତୀ ଏକ ହୋଟେଲ ରେ ହୋଇଥିବା ଏହି ବୈଠକରେ ବଳଦେବଜୀୟୁ ଟ୍ରକ ମାଲିକ ସଂଘର ସଭାପତି ପ୍ରମୋଦ କୁମାର ନାୟକ ଏଥରେ ଅଧ୍ୟକ୍ଷତା କରିଥିଲେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଉକô କେଶରୀ ପରିଡା , ସଦର ଥାନା , ଡେରାବିଶ ଥାନା ମାର୍ଶାଘାଇ ଥାନା ଅଧିକାରୀ ଙ୍କ ସମେତ ବହୁ ଟ୍ରକ ମାଲିକ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲଲେ ଆଲୋଚନା ମୁତାବକ ଦୁହୁରିଆ ନିକଟବର୍ତୀ ମରଡପୁର ଠାରେ ପୋଲିସ ସହାୟତାରେ ଏକ ଚେକିଂ ପଏଣ୍ଟ କରାଯାଇ ଗାଡି ଚଳାଚଳା ନିୟନ୍ତ୍ରଣ କରାଯିବ

ଏହା ସହ ୱେବ କ୍ୟାମେରା ଖଞ୍ଜାଯାଇ ରଙ୍ଗ ରୁଟ୍ ରେ ଯାଉଥିବା ଗାଡି ଗୁଡିକୁ ଚିହ୍ନଟ କରାଯିବା ସହ ସଂପୃକ୍ତ ଗାଡି ଗୁଡିକୁ ଜବତ କରାଯିବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯିବ କେତେକ ବୋଝେଇ ଟ୍ରକ ମନଇଛା ଡାହାଣ ପଟରେ ଯିବା ଫଳରେ ବହୁ ସମୟରେ ୫ନଂ  ଜାତୀୟ ରାଜପଥରେ ରାସ୍ତା ଜାମ ହୋଇ ଗାଡି ଚଳାଚଳ ପାଇଁ ସମସ୍ୟା ଦେଖା ଦେଉଛି ଉଭର ଟେକିଂ କରି ରଙ୍ଗ ରୁଟରେ ଯିବା ଫଳରେ ମାଲ ଖଲାସ ରେ ସମସ୍ୟା ଦେଖା ଦେଉଥିବା ଆଲୋଚନା କରା ଯାଇଥିଲା  

Leave A Reply