Odisha news

ପୋଲିସ ର ଚତୁରତା ଯୋଗୁ କୋଇଲା ଖଣି ଅଂଚଳରୁ ଚୋରା କୋଇଲା ଟ୍ରକ ଜବତ

0

ତାଳଚେର : ତାଳଚେର କୋଇଲା ଖଣି ଅଂଚଳରୁ ଚତୁରତାର ସହ ଓଆର୍ ୧୫ଏଚ୍ ୫୫୧୫ ନମ୍ବର ବିଶିଷ୍ଟ ଏକ ଦଶଚକିଆ ଟ୍ରକ ଚୋରା କୋଇଲା ବୋଝେଇକରି ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତାଳଚେର ଟାଉନଥାନା ପୋଲିସ୍ ଥର୍ମାଲ ନିକଟରେ ଉକ୍ତ ଟ୍ରକଟିକୁ ଜବତ କରିବାସହ ସମ୍ପୃକ୍ତଟ୍ରକ ଚାଳକକୁ ଗିରଫ କରିଥିବା ଥାନା ସୂତ୍ରରୁ ପ୍ରକାଶ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦୈନଦିନ ପୋଲିସ୍, ଡ଼େପୁଟି ଡ଼ାଇରେକ୍ଟର ମାଇନ୍ସ ଖଣି କର୍ତ୍ତୁପକ୍ଷଙ୍କୁ ଚକମା ଦେଖାଇ ଅହରହ ଖୋଲମଖୁଲା ଅଭିନବ ଉପାୟରେ ଟ୍ରକ ସମେତ ବିଭିନ୍ନ ଯାନବାହାନ ସହାୟତାରେ ସହସହ ଟନ୍ କୋଇଲା ଚୋରୀ ହୋଇଯାଉଥିବା ସ୍ଥାନୀୟଲୋକ ଦେଖୁଥିଲେ ମଧ୍ୟ ଉକ୍ତ ତିନି ସଂସ୍ଥାଙ୍କ କିିପରି ଦୃଷ୍ଟିକୁ ଆସୁନଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି

ତେବେ ଏଠାରେ ଡ଼େପୁଟିଡ଼ାଇରେକ୍ଟର ମାଇନ୍ସରେ ଆବଶ୍ୟକ କର୍ମଚାରୀ ଥିବାସହ ସିଂହଭାଗ ଦରମା ସରାକରଙ୍କ ଠାରୁ ପାଉଥିଲେ ମଧ୍ୟ ସେମାନେ କାହିଁକି ଯେ, ଏଥିପ୍ରତି ତତପରତା ପ୍ରକାଶ କରୁନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ? ଫଳରେ ରାଜ୍ୟ କେନ୍ଦ୍ର ଉଭୟ ସରାକରଙ୍କର ବ୍ୟାପକ ରାଜସ୍ୱ କ୍ଷତିହୋଇ ଚାଲିଥିବା ବୁଦ୍ଧିଜୀବି ମହଲରେ ଅଭିଯୋଗ ହୋଇଛି

Leave A Reply