ଖୋର୍ଦ୍ଧା,୧୩ା୭ : ରବିବାର ମଧ୍ୟ ରାତ୍ରୀରେ ଖୋର୍ଦ୍ଧାର ପୃଥକ ପୃତକ୍ ସ୍ଥାନରେ ଦୁଇଟି ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୩ଜଣଙ୍କ ମୃତୁ୍ୟ ହୋଇଛି । ତେବେ ଦୁଇ ମୃତ ଡ୍ରାଇଭରଙ୍କର ପରିଚୟ ମିଳିଥିବାବେଳେ ଅନ୍ୟଜଣଙ୍କ ପରିଚୟ ମିଳିନଥିବା ପୁଲିସ କହିଛି । ମୃତକମାନେ ହେଲେ ରାଜସ୍ଥାନ ବରମର ଜିଲ୍ଲା ସାରନୁଚିମାନ୍ଜିତେନ୍ ର ପୁରାଖା ରାମ ଙ୍କ ପୁଅ ଦୁର୍ଗାରାମ (୨୪), ଅନୁଗୁଳୁ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଭଗବାନ ନୟକଙ୍କ ପୁଅ ମାନସ ରଞ୍ଜନ ନାୟକ (୨୩) ।
ଘଟଣାରୁ ଜଣାଯାଇଛି, ୫୭ ନଂଜାତୀୟ ରାଜପଥର ଭୁବନେଶ୍ୱର ରୁ ନୟାଗଡ ଅଭିମୁଖେ ରବିବାର ମଧ୍ୟ ରାତି୍ରରେ ଦୁଇଟି ଟ୍ରକ ଆଗପଛ ହୋଇ ଯାଉଥିଲେ । ତେବେ ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ଛକ ଉପରେ ଆରଜେ ୧୯.ଜିଏଫ- ୨୪୮୯ ନମ୍ବର ବିଷିଷ୍ଟ ଟ୍ରକ ଆଗରେ ଯାଉଥିବା ଆରଜେ ୦୪.ଜିବି-୩୭୨୨ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ଟ୍ରକ୍ ର ଡ୍ରାଇଭର ରାଜସ୍ଥାନ ବରମର ଜିଲ୍ଲା ସାରନୁଚିମାନ୍ଜିତେନ୍ ର ଦୁର୍ଗାରାମ ମୃତୁ୍ୟ ହୋଇଛି । ବେଗୁନିଆ ପୁଲିସ ଘଟଣାସ୍ଥଳରେ ପହଁଚି ଦୁଇଟି ଯାକ ଟ୍ରକ୍ କୁ ଜବତ କରିବା ସହ ୧୫୨/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଖୋର୍ଦ୍ଧା ମେଡିକାଲ ରେ ଶବ ବ୍ୟବଛେଦ କରିଥିବା ଜଣାଯାଇଛି ।
ସେହିପରି ସଦରଥାନା ଅନ୍ତର୍ଗତ ଦଳେଇପୁଟ ଛକ ଠାରେ ରବିବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍ ସାମ୍ନାସାମ୍ନି ଧକ୍କା ହୋଇଛି । ଏଥିରେ ଦୁଇ ଟ୍ରକ୍ ର ଡ୍ରାଇଭରଙ୍କ ମୃତୁ୍ୟୃ ହୋଇଥିବାବେଳେ ଜଣଙ୍କର ପରିଚୟ ମିଳିନାହିଁ । ତେବେ ଏନଏଲ.୦୨-ଏନ୍- ୩୭୬୮ ଟ୍ରକ୍ ଟି ଖୋର୍ଦ୍ଧା ପଟୁ ଜାତୀୟ ରାଜପଥ ଦେଇ ଜଙ୍କିଆ ଦିଗକୁ ଯାଉଥିଲା । ଅପର ପାଶ୍ୱର୍ରୁ ଓଆର.୧୪-ଏନ୍-୪୯୫୧ ନମ୍ବର ବିଶିଷ୍ଟ ଟ୍ରକ୍ ଟି ଜଙ୍କିଆ ପଟୁ ଖୋର୍ଦ୍ଧାଦିଗକୁ ଆସୁଥିଲା । ତେବେ ଜାତୀୟ ରାଜପଥ କାମ ଚାଲିଥିବା ଯୋଗୁ କେତେକ ସ୍ଥାନରେ ସିଙ୍ଗଲ ୱେ କରାଯାଇଛି । ଯାହାଫଳରେ ବିଳମ୍ବିତ ରାତିରେ ଯାଉଥିବା ଦୁଇଟି ଯାକ ଟ୍ରକ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଖବର ପାଇ ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟିଯାକ ଟ୍ରକ୍ କୁ ଜବତ କରିବା ସହ ଗୋଟିଏ ଟ୍ରକ ର ଡ୍ରାଇଭର ଅନୁଗୁଳୁ ଜିଲ୍ଲା ଛେଣ୍ଡିପଦା ଗ୍ରାମର ମାନସ ରଞ୍ଜନ ନାୟକ ଙ୍କ ପରିଚୟ ପାଇଥିବାବେଳେ ଅନ୍ୟ ଡ୍ରାଇଭର ଜଣଙ୍କ ପଶ୍ଚିମ ବଙ୍ଗର ହୋଇଥିବାବେଳେ ତାଙ୍କ ପରିଚୟ ମିଳିନଥିବା ପ୍ରକାଶ କରିଛି । ୧୧୭/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।