ଚଣ୍ଡିଖୋଲ,୨୯/୦୬ : ଯାଜପୁର ଜିଲ୍ଲା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟ ଶ୍ରୀରାମପୁର ଟୋଲପ୍ଳାଜାରେ ଟ୍ରକମାଲିକ ମାନଙ୍କ ଉପରେ ଦିନକୁଦିନ ଯୁଲମ ବୃଦ୍ଧିପାଇଛି! ସମ୍ପୂର୍ଣ୍ଣ ବେଆଇନ ଭାବେ ଲଘୁଖଣିଜ ପରିବହନ କରୁଥିବା ଟ୍ରକ ଗୁଡିକରୁ ପ୍ରତି ଟ୍ରିପରେ ଟୋଲ ଟିକସ ସହିତ ୫୪୫ ଟଙ୍କାର ଅଧିକ ଉଭରଚାର୍ଜ ଆଦାୟ କରାଯାଉଛି! ଯାହା ଟ୍ରକ ମାଲିକ ମାନଙ୍କ ପାଇଁ ଅସହ୍ୟ ହୋଇପଡିଛି!ଟୋଲପ୍ଳାଜାରେ ଚାଲିଥିବା ଏହି ବେଆଇନ କାର୍ଯ୍ୟ ପ୍ରତିବାଦରେ ଲଘୁଖଣିଜ ପରିବହନ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଗୁରୁବାର ଦିନ ଚଣ୍ଡିଖୋଲ ସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଇ ଟୋଲପ୍ଳାଜା କତୃପକ୍ଷଙ୍କ ମନମାନୀକୁ ଦୃଢ ବିରୋଧ କରିବାସହ ଆସନ୍ତା ଜୁଲାଇ ପହିଲାରୁ ଟୋଲପ୍ଳାଜାରେ ଆମରଣ ଅନଶନ କରାଯିବା ପାଇଁ ଘୋଷଣା କରାଯାଇଛି! ସଙ୍ଘ ସଭାପତି ଅଜାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ମୁଖ୍ୟ ଉପଦେଷ୍ଟା ଚନ୍ଦନକୁମାର ନାୟକ,ସାଧାରଣ ସମ୍ପାଦକ ଅମୀତକୁମାର ସାହୁ,ସରୋଜକୁମାର ଧୀର ପ୍ରମୋଦ କବି,ଅଶୋକ ପରିଡା,ସନ୍ତୋଷ ପୃଷ୍ଟି,ବିମ୍ବାଧର ପରିଡା ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ହୋଇ ଏହି ଟୋଲ ପ୍ଳାଜାରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ବିନା ରସିଦରେ ପ୍ରତିଟ୍ରିପରେ ଟ୍ରକ ଗୁଡଡିକରୁ ଜବରଦସ୍ତ ୫୪୫ ଟଙ୍କାର ଅଧିକ ଉଭରଚାର୍ଜ ଆଦାୟ କରାଯାଉଥିବା ଅଭିଯୋଗ କରିଥିଲେ! ଏପରିକି ପାଖାପାଖି ମଙ୍ଗୁଳି ଓ ଅନ୍ୟାନ୍ୟ ଟୋଲପ୍ଳାଜା ଗୁଡିକରେ ଏପରି ଉଭରଚାର୍ଜ ଆଦାୟ ହେଉନଥିଲା ବେଳେ ଏଠାରେ କାହିଁକି ଏହି ବେଆଇନ ଅର୍ଥ ଆଦାୟ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ! ଏପରିକି ଜାତୀୟ ରାଜପଥ କତୃପକ୍ଷଙ୍କ ନିୟମ ଅନୁଯାୟୀ ଜାତୀୟ ରାଜପଥ ଗୁଡିକରେ ଆତିକମରେ ୬୦ କିମି ବ୍ୟବଧାନରେ ଟୋଲପ୍ଳାଜା ବସିବା ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ସେହି ନିୟମକୁ ଉଲଙ୍ଘନ କରାଯାଇ ମଙ୍ଗୁଳି ଟୋଲପ୍ଳାଜା ଠାରୁ ମାତ୍ର ୨୫ କିମି ଦୃରତା ମଧ୍ୟରେ ଶ୍ରୀରାମପୁର ଠାରେ କିପରି ଏହି ଟୋଲପ୍ଳାଜା ରହିଛି ବୋଲି ସଙ୍ଘ କର୍ମକର୍ତ୍ତା ମାନେ ପ୍ରଶ୍ନକରି ଏହାକୁ ତୁରନ୍ତ ଏଠାରୁ ଉଠାଇ ନେବାକୁ ଦାବି କରିଥିଲେ! ତେବେ ଏହି ଟୋଲପ୍ଳାଜାରେ ଦୈନିକ ଅତିକମରେ ପାଞ୍ଚଶହରୁ ଛଅଶହ ପର୍ଯ୍ୟନ୍ତ ଲଘୁଖଣିଜ ପରିବହନରେ ନିୟୋଜିତ ଟ୍ରକ ଗୁଡିକ ଯିବା ଆସିବା କରୁଛି! ପ୍ରତ୍ୟେକ ଟ୍ରକରୁ ପ୍ରତି ଟ୍ରିପରେ ବେଆଇନଭାବେ ୫୪୫ ଠଙ୍କାକରି ଅଧିକ ଉଭରଚାର୍ଜ ଆଦାୟ ହେଉଛି! ହିସାବ ଅନୁଯାଇ ପ୍ରତ୍ୟେକ ଦିନ ଟୋଲପ୍ଳାଜା କତୃପଖ୍ୟ ଟ୍ରକମାଲିଙ୍କ ଠାରୁ ୩ଲକ୍ଷ ଓ ମାସକୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଉଥିବା ସଙ୍ଘ କର୍ମକର୍ତ୍ତା ମାନେ ଅଭିଯୋଗ କରିଥିଲେ! ଏ ସମ୍ପର୍କରେ ସଙ୍ଘ ପକ୍ଷରୁ ଗତ ୧୮/୪/୨୩ ,୧୬/୫/୨୩ ଓ ୧୬/୬/୨୩ ରିଖରେ ଜାତୀୟ ରାଜପଥ କତୃପଖ୍ୟ, ଯାଜପୁର ଜିଲ୍ଲାପାଳ, ଯାଜପୁର ଏସପିଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ସଙ୍ଘ ଅବଗତ କରିବା ପରେ କୌଣସି ପ୍ରତିକାର ନହେବାରୁ ଆସନ୍ତା ଜୁଲାଇ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟୋଲପ୍ଳାଜାରେ ଆମରଣ ଅନଶନ କରିବାପରି ଚରମ ନିଷ୍ପତ୍ତି ନେଲା ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତା ମାନେ ସୂଚନା ଦେଇଥିଲେ! ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିହ ରାଠୋରଙ୍କ ମତାମତ ଲୋଡିବାରେ ସେ କୌଣସି ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ !ଏ ସମ୍ପର୍କରେ ଅନୁଧ୍ୟାନ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଥିଲେ!