ସୋର,16/5 : ସୋର ଥାନା 16 ନମ୍ବର ଜାତୀୟ ରାଜପଥ ବରଫକଳ ଛକ ନିକଟରୁ ଆଜି ସକାଳେ ସୋର ତହସିଲଦାର ଚଢ଼ାଉ କରି ଚାରି ଗୋଟି ବେଆଇନ ପଥର ବୋଝେଇ ଡମ୍ପର ଜବତ କରିଥିବା ଜଣା ଯାଇଛି. ଆଜି ସକାଳେ ସୋର ତହସିଲଦାର ବସନ୍ତ କୁମାର ସାହାଣୀ ଏନଫୋର୍ସମେଣ୍ଟ ପୁଲିସକୁ ନେଇ ଏକ ଟିମ ସହ ଏହି ଛକ ନିକଟରେ ବାଗୁଡ଼ି ଖାଦାନରୁ ପଥର ବୋଝେଇ କରି ଆସୁଥିବା ଡମ୍ପର ଗୁଡିକର କାଗଜପତ୍ର ଯାଞ୍ଚ କରୁଥିଲେ. ଏହି ସମୟରେ ଚାରିଗୋଟି ପଥର ବୋଝେଇ ଡମ୍ପର ପରମିଟ ଟ୍ୟାମ୍ପରିଙ୍ଗ କରି ପଥର ପରିବହନ କରୁଥିବା ଜାଣିପାରି ଡମ୍ପର ଗୁଡିକୁ ଜବତ କରି ତହସିଲ ପରିସରରେ ରଖିଛନ୍ତି. ପରବର୍ତୀ ଅବସ୍ଥାରେ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ କରାଯିବା ସହ ଆଗକୁ ଏହି ଚଢ଼ାଉ ଜୋରଦାର କରାଯିବ ବୋଲି କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି. ଏହି ଚଢ଼ାଉରେ ତହସିଲ ସୁପରଭାଇଜର ରାଜେଶ ଦାସ, ଆରଆଇ ବିଷ୍ନୁପଦ ଗିରି ସାମିଲ ହୋଇଥିଲେ.