Odisha news

ମାଲ ବୋଝେଇ ଟ୍ରକକୁ ପଛ ଧକ୍କା ଦେଲା ଅନ୍ୟ ଏକ ଟ୍ରକ, ଘଟଣାସ୍ଥଳରେ ଟ୍ରକ ଚାଳକ ମୃତ

0

ବେତନଟୀ  :  ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ଛକଠୁ ଅନତି ଦୂରରେ ୧୮ ନଂ ଜାତୀୟ ରାଜପଥ ଉପରେ ଆଜି ବୁଧବାର ଭୋର ସମୟରେ ଏକ ମାଲ ବୋଝେଇ ଟ୍ରକ (ଓଆର-୧୧ବି-୦୧୧୯)କୁ ପଛ ପଟୁ ଅନ୍ୟ ଏକ ମାଲ ବୋଝେଇ ଟ୍ରକ (ଆରଜେ-୨୯ଜିଏ-୯୫୯୫)ଟି ଧକ୍କା ଦେଇଥିଲା।ପଛ ପଟୁ ଧକ୍କା ଦେଇଥିବା ମାଲବୋଝେଇ ଟ୍ରକଟି ର ଚାଳକଟି ଚାପି ହୋଇଯିବା ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଭୋର ସମୟରେ ପ୍ରବଳ କୁହୁଡି ହୋଇଥିବା କାରଣରୁ  ଓଆର-୧୧ବି-୦୧୧୯ ବିଶିଷ୍ଟ ଲୁହାଛଡ ବୋଝେଇ ଟ୍ରକଟି ରାଜପଥ ପାର୍ଶ୍ଵରେ ଛିଡା ହୋଇଥିଲା। ତତକ୍ଷଣାତ  ଆରଜେ-୨୯ଜିଏ-୯୫୯୫ ବିଶିଷ୍ଟ ଏକ ମାର୍ବଲ ବୋଝେଇ ଟ୍ରକଟି ପଛ ପଟୁ ଧକ୍କା ଦେଇଥିଲା । ଫଳରେ ମାର୍ବଲ ବୋଝେଇ ଟ୍ରକଟିର ଚାଳକ ରାଜସ୍ଥାନ ର ଆଲୱାର ଅଞ୍ଚଳର ଜୁନେଦ ଖାନ ଚାପି ହୋଇଯିବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଖଲାସୀ  ମହମ୍ମଦ ଅଲ୍ଲୀ ଗୁରୁତର ଥିଲେ । ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ  ପହଞ୍ଚି ଗୁରୁତର ଥିବା ଖଲାସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରିଥିବା ବେଳେ ଚାଳକ ଜଣକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା  ଡାକ୍ତରଖାନାକୁ ପଠାଇ  ଦେଇଥିଲେ। ବେତନଟୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ମଧ୍ୟ ପହଞ୍ଚିବା ପରେ ପରିସ୍ଥିତିକୁ ଦେଖି ଦୁଇଟି କ୍ରେନ ଯୋଗେ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଦୁଇଟିକୁ ଅଲଗା ଅଲଗା କରିଥିଲେ। ଏ ନେଇ ବୈଶିଙ୍ଗା ଥାନାରେ ୧୬୮/୨୩ର ଏକ ମାମଲା ମୂଳେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଦୁଇଟିକୁ ଥାନାକୁ ଆଣିବା ସହ ତଦନ୍ତ ଚାଲିଥିବା ଜଣାଯାଇଛି। ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଭାବେ ମହିଳା ଏସଆଇ ବୋଇତ ବେହେରାଙ୍କୁ ଦାୟିତ୍ୱ ମିଳିଥିବା ଜଣାଯାଇଛି

Leave A Reply