Odisha news

ବାମଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା ମାମଲା :୧୪ ରୁ ଉର୍ଦ୍ଧ୍ୱ ସିମେଣ୍ଟ ବୋଝେଇ ଗାଡି ରାସ୍ତା ଉପରେ , ସମାଧାନ ନ ହେଲେ ଆନ୍ଦୋଳନ ଆଗକୁ ବଢିବ

0

ବେତନଟୀ : ସୂଚନା ଅନୁଯାଇ ଗୁରୁବାର ଅପରାହ୍ନରେ ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍ସା  ରାସ୍ତାର ବାମୋଡା ଉପକଣ୍ଠ ହବିଗଞ୍ଜ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଦୁଇ ଜଣ ସ୍କୁଟି ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି l ଗୁରୁତର ଆହତ ମାନଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ ଗୋଡ କଟିଯାଇ କଟକରେ ଚିକିତ୍ସିତ ଥିବାବେଳେ ଅନ୍ୟ ଜଣେ କୋମା ଅବସ୍ଥାରେ ରାଞ୍ଚିରେ ଚିକିତ୍ସାଧୀନ l ସେହି ସମୟରେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା l ବୈଶିଙ୍ଗା ପୁଲିସ ଓ ସ୍ଥାନୀୟ ଜନପ୍ରତିନିଧି ଯାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ବି ଗ୍ରାମବାସୀ ମାନି ନଥିଲେ l ସେମାନଙ୍କ କହିବାନୁଯାଇ ଉକ୍ତ ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ସିମେଣ୍ଟ ଡମ୍ପଟି  ଥିବାରୁ ଦୈନିକ ରୁପ୍ସା ଜଙ୍କସନରୁ ଶତାଧିକ ସିମେଣ୍ଟ ବୋଝେଇ ଟ୍ରକ ଏହି ସଂକୀର୍ଣ୍ଣ ରାସ୍ତା ଦେଇ ଯିବାଆସିବା କରନ୍ତି ଏବଂ ଅଧିକାଂଶ ସମୟରେ ନିଜ ନିଜ ଭିତରେ ଡ୍ରାଇଭର ମାନେ ପ୍ରତିଯୋଗିତା ପୂର୍ବକ ମଦ୍ୟ ପାନ କରି ବେପରୁଆ ଭାବେ ଦ୍ରୁତ ଗତିରେ ଟ୍ରକ ଚାଳନା କରନ୍ତି l

ଯୋଉଁଥିପାଇଁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି ଓ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହୋଉଛି l ଏଇ ମାତ୍ର ଦୁଇ ମାସ ପୂର୍ବରୁ ଏକ ସିମେଣ୍ଟ ଗାଡି ଧକ୍କାରେ ବାମୋଡା ଅଞ୍ଚଳର ଜଣେ ବ୍ୟକ୍ତିର ଜୀବନ ଚାଲିଯାଇଥିଲା l ବାରମ୍ବାର ଅନୁରୋଧ ପରେ ବି ପ୍ରଶାସନ ଏ ଦିଗରେ ଦୃଢ଼ ପଦକ୍ଷେପ ନେଉନାହିଁ l ଯାହାପାଇଁ ଗୁରବାରର ଦୁର୍ଘଟଣା ପରେ ଶତାଧିକ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତା ଉପରକୁ ଚାଲି ଆସିଥିଲେ l ସେମାନଙ୍କର ଦାବୀ ଥିଲା ଉକ୍ତ ସ୍ଥାନରୁ ସିମେଣ୍ଟ ଡମ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ଓ ଟ୍ରକ ୟୁନିୟନ ପକ୍ଷରୁ ଦୁଇ ଗୁରୁତର ଯୁବକଙ୍କ ପରିବାରକୁ କ୍ଷତି ପୂରଣ ଦିଆଯାଉ l ହେଲେ ଘଟଣାଦିନ କିମ୍ବା ଗତକାଲି ଟ୍ରକ ୟୁନିୟନ ପକ୍ଷରୁ ବିବାଦର ସମାଧାନ ପାଇଁ ସେମିତି କିଛି ପଦକ୍ଷେପ ନିଆଗଲା ନାହିଁ, ଯେଉଁଥି ପାଇଁ ବୈଶିଙ୍ଗା ପୁଲିସକୁ ସୂଚନା ଦେଇ ଆଜି ସକାଳୁ ରୁପ୍ସା ପଟରୁ ଆସୁଥିବା ଏକାଧିକ ସିମେଣ୍ଟ ବୋଝେଇ ଟ୍ରକକୁ ଅଟକ ରଖିଥିଲେ ଗ୍ରାମବାସୀ l ସେଥିମଧ୍ୟରୁ ଅନେକ ବୋଝେଇ ଟ୍ରକ ଗୁଡିକ ଟାୟାରରୁ ପମ୍ପ ମଧ୍ୟ ଖୋଲା ଯାଇଥିବାର ଦେଖିବାକୁ ମିଳିଥିଲା l ଆଜି ପୁଣି ବୈଶିଙ୍ଗା ପୁଲିସର ମଧ୍ୟସ୍ଥତାରେ ଉଭୟ ପକ୍ଷ ଥାନାକୁ ଆସିଥିଲେ ବି ଘଟଣା ସେମିତି କିଛି ସମାଧାନ ହୋଇ ପାରିନଥିଲା l ଆପୋଷ ବୁଝାମଣା ପାଇଁ ପୁଣି ଉଭୟ ପକ୍ଷଙ୍କୁ ଆସନ୍ତାକାଲି ଥାନାକୁ ଡକାଯାଇଥିବାର ସୂଚନା ମିଳିଛି l ତେବେ ସନ୍ଧ୍ୟା ବେଳକୁ ଅଟକ ଟ୍ରକ ଗୁଡିକ ଟାୟାରରେ ପମ୍ପ ଦେଇ ପୁଣି ଆଗକୁ ବଢିବାର ଦେଖାଯାଇଥିଲା l

Nalco
Leave A Reply