Odisha news

ଟ୍ରକକୁ ପଛପାଖରୁ ଧକ୍କା ଦେଇ ବାଇକ ଚାଳକ ମୃତ

0

ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତିୟ ରାଜପଥ ବାଲିଯୋଡ଼ି ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି l ତେବେ ଖବର୍ ନେବାରୁ ଜଣାଯାଏ କେନ୍ଦୁଝର ଟାଉନଥାନା ରେଭିନ୍ୟୂ କଲୋନୀ ର ମନମୋହନ ଦାସ ( ୪୨) ତାଂକର ବୁଲେଟ ଗାଡି ରେ ଯାଜପୁର ଅଭିମୂଖେ ଯାଉଥିଲେ l ତେବେ ବାଲିଯୋଡ଼ି ନିକଟରେ ଏକ ଟ୍ରକକୁ ପଛପାଖରୁ ଧକ୍କା ଦେଇଥିଲେ l ଫଳରେ ସେ ଗୁରୁତ୍ୱର ଆହତ ହୋଇଥିଲେ  l ତାଂକୁ ଘଟଗାଁ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା l ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବରପାଇ ଘଟଗାଁ ଥାନା ପୁଲିସ୍ ଘଟଣାସ୍ତଳରେ ପହଂଚି ଶବକୁ ଜବତକରି ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋସ୍ଟ ମୋଟମ କରାଇଛନ୍ତି l  ମୃତକ ର ଭାଇ ଓ ଅନ୍ୟମାନେ ଖବରପାଇ ଘଟଗାଁ ରେ ପହଞ୍ଚିଛନ୍ତି l

Nalco
Leave A Reply