ରାଜକନିକା ତା ୧୯/୧ : କଟକ -ଚାନ୍ଦବାଲି ରାସ୍ତାର ଗଂଜା ଘାଟ ନିକଟରେ ଏକ ଶ୍ରମିକ ବୋଝେଇ ବସ ଓଲଟି ପଡ଼ିବାରୁ ୧୦ ରୁ ଉର୍ଦ୍ଧ୍ଵ ଶ୍ରମିକ ଆହତ ଓ ୩ ଗୁରୁତର ଥାଇ ସମସ୍ତେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି | ସୂଚନା ମୁତାବକ ଆଜି ସକାଳ ୮ ଟା ବେଳେ ଏନଆରଏଲ କମ୍ପାନୀର ‘ଦୟାଲ’ ନାମକ ଏକ ଘରୋଇ ବସ (OR-05 / G-1882) ଚାନ୍ଦବାଲିରୁ ୩୫ ରୁ ଉର୍ଦ୍ଧ୍ଵ ଶ୍ରମିକ ଓ ମିସ୍ତ୍ରୀଙ୍କୁ ନେଇ ପଟ୍ଟାମୁଣ୍ଡାଇର ନରେନ୍ଦ୍ରପୁରକୁ ପାଇପ ଲାଇନ କାମ କରିବାକୁ ଯାଉଥିଲା | ତେବେ ଡ୍ରାଇଭରର ଅଶାବଧାନତା ଦୃଷ୍ଟିରୁ ଭାରଶ୍ୟାମ ହରାଇ ବସଟି ଓଲଟି ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ | ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲୁ ରଖିଛି |
