Odisha news

ସଂଗରୋଧ କେନ୍ଦ୍ରରୁ ବିଦାୟୀ ୧୨ ଜଣ ପ୍ରବାସୀଙ୍କୁ ସମ୍ବର୍ଦ୍ଧିତ କଲେ କନକପୁର ସରପଞ୍ଚ

0

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଅଧିନ କନକପୁର ଗ୍ରାମପଞ୍ଚାୟତର ଶାରଦା ଏକାଡେମୀ କନକପୁରସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର  ସଙ୍ଗରୋଧ କେନ୍ଦ୍ରରୁ ୧୨ ଜଣ ବିଦାୟୀ ପ୍ରବାସୀଙ୍କୁ କନକପୁର ସରପଞ୍ଚ ନମିତା ସମ୍ବର୍ଦ୍ଧିତ କରିଛନ୍ତି । ଏହି ୧୨ ଜଣ ପ୍ରବାସୀଙ୍କ ସ୍ୱାବ ରିପୋର୍ଟ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

ସେମାନଙ୍କୁ ଡାକ୍ତରଙ୍କ ତରଫରୁ ଡିସଚାର୍ଜ ପ୍ରମାଣ ପତ୍ର ଦିଆଯାଇଥିଲା । ସରପଞ୍ଚ ନମିତା ରାଉଳ ବୁଧବାର ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଝଙ୍କଡ ମା ଶାରଳାଙ୍କ ପ୍ରସାଦ ଓ ମିଷ୍ଟାନ୍ନ ପ୍ରଦାନ କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ଏଥିରେ ନୋଡାଲ ଅଧିକାରୀ ତ୍ରୀଲୋଚନ ବାରିକ, କାର୍ଯ୍ୟାଳୟ ସହାୟିକା ବନ୍ଦିତା ସାହୁ, ଜିଆରଏସ ସମ୍ବିତ ସ୍ୱାଇଁ, ଆଶା କର୍ମୀ ସମିନା ରାଉତ, ରମାକାନ୍ତ ରାଉଳ, ନିରଞ୍ଜନ ରାଉଳ, ସମୀର ପ୍ରସାଦ ସିଂ, ଚନ୍ଦନ କୁମାର ବାରିକ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସମାଜସେବୀ ନୃସିଂହ ଚରଣ ରାଉଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏପର୍ଯ୍ୟନ୍ତ  କରୋନା ସ୍ପର୍ଶ କରିନଥିବା ଏହି ପଞ୍ଚାୟତରେ ବିଭିନ୍ନ ପର୍ଯ୍ୟାୟରେ ୫୭ ଜଣ ଏହି ସଂଗରୋଧ କେନ୍ଦ୍ର ରହିଥିବାବେଲେ ୫୫ ଜଣ ସେମସନଙ୍କ ସଂଗରୋଧ ସମାପ୍ତ କରି ଘର ସଂଗରୋଧକୁ ଯାଇଛନ୍ତି ।

Nalco
Leave A Reply