ତ୍ରିପୁରା ବଙ୍ଗଳାଦେଶ ରୁ ୧୩୫ କୋଟି ଟଙ୍କାର ବାକିଥିବା ବିଜୁଳୀ ବିଲ ତୁରନ୍ତ ଦାବି କରିଛି, ଏହି ବାକି ରହିଥିବା ବିଜୁଳି ବିଲ NTPC ବିଦ୍ୟୁତ ବ୍ୟାପାର ନିଗମ ଲିମିଟେଡ଼ ର ମାଧ୍ୟମ ଦ୍ୱାରା କରାଯାଇଥିବା ବିଜୁଳି ବ୍ୟାପାର ନିଗମ ଲିମିଟେଡ଼ ମାଧ୍ୟମରେ କରାଯାଇଛି, ତ୍ରିପୁରା ସରକାର ବାକି ରହିଥିବା ବିଜୁଳି ବିଲ ଯଥାଶୀଘ୍ର ଦାବି କରିଛନ୍ତି l
ଏହି ପଦକ୍ଷେପ ଏଭଳି ସ୍ଥିତିରେ ନିଆଯାଇଛି, ଯେତେବେଳେ ବଙ୍ଗଳାଦେଶ ରେ ଭାରତ ବିରୋଧୀ ଗତିବିଧି ବୃଦ୍ଧି ପାଇଛି, ଶନିବାର ଦିନ ବ୍ରାହ୍ମଣବାରିଆ ଜିଲାରେ ଢାକା ରାସ୍ତାରେ କଲିକତା ଯାଉଥିବା କୋଲକାତା -ଅଗରତାଲା ବସରେ କଥିତ ଭାବରେ ଆକ୍ରମଣ ର ଖବର ଆସିଛି l ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଗୋଟିଏ ଟ୍ରକ ଚାଳକ ଓ ଅଟୋ ଚାଳକ ମଧ୍ୟରେ ଧକା ହୋଇଥିଲା l କେହି କ୍ଷତ ହୋଇ ନାହାନ୍ତି, କିନ୍ତୁ ସୂଚନା ମିଳିଛି ଯେ ଯେତେବେଳେ ଭାରତ ବିରୋଧୀ ସ୍ଲୋଗାନ ଦିଆଯାଉ ଥିଲା ସେତେବେଳେ ଏହି ଅଘଟଣ ଘଟିଥିଲା l
ସୂଚନା ଅନୁସାରେ ମଇ ମାସରେ ମଧ୍ୟ ତ୍ରିପୁରା ବିଦ୍ୟୁତ ବିଭାଗ ଠିକ ସମୟ ରେ ବକେୟା ବିଲ ନଦେବା କାରଣରୁ ବଙ୍ଗଳାଦେଶ ପାୱାର ଡେଭେଲପ୍ମେଣ୍ଟ ବୋର୍ଡ ର ବିଜୁଳି ଯୋଗାଇବା ସୀମିତ କରି ଦେଇଥିଲା l ଗତ ଏକବର୍ଷ ହେଲାଣି ବଙ୍ଗଳାଦେଶ ରୁ ଠିକ ସମୟ ରେ ବିଜୁଳି ବିଲ ଦିଆଯାଉ ନାହିଁ l