Odisha news

ତ୍ରିପୁରା ରେ ଶହଶହ ଛାତ୍ରୀ HIV ରେ ପୀଡିତ, କଣ ରହିଛି ଏହା ପଛର କାରଣ ଏବଂ ଲକ୍ଷଣ

0

ତ୍ରିପୁରା ରେ ୮୨୮ ଛାତ୍ର HIV ରେ ସଂକ୍ରମିତ ହେବା ପରେ ଜଣା ପଡିଲା ପରେ ସମଗ୍ର ରାଜ୍ୟରେ ଚିନ୍ତା ବଢି ଯାଇଛି l ଏହାକୁ ନେଇ ବର୍ତମାନ ୪୭ ଛାତ୍ରୀ ଙ୍କର ଏଡ୍ସ ରେ ସଂକ୍ରମିତ ହେବା ଦ୍ୱାରା ମୃତ୍ୟୁ ହୋଇ ସାରିଛି l ସବୁଠୁ ଆଶ୍ଚର୍ଯ୍ୟ କଥାଟି ହେଲା ଏହି ସଂକ୍ରମିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସମସ୍ତେ ଦେଶର ଅଲଗା ଅଲଗା ରାଜ୍ୟରେ ବିଶ୍ୱବିଦ୍ୟାଳୟ କିମ୍ବା କୌଣସି କଲେଜ ରେ ଶିକ୍ଷା ଗ୍ରହଣ କରୁଛନ୍ତି l ତ୍ରିପୁରା ର ଏଡ୍ସ ନିୟନ୍ତ୍ରକ ସୋସାଇଟି ର ତଥ୍ୟ ଆଧାରରେ ଏହି ସୂଚନା ଦିଆଯାଇଛି l  HIV ଦ୍ୱାରା ଏଡ୍ସ ହୋଇଥାଏ, ସେଥିପାଇଁ ଅଧିକାଂଶ ଲୋକଙ୍କୁ ଲାଗିଥାଏ ଯେ ଦୁଇଟି ଯାକ ରୋଗ ଗୋଟିଏ କିନ୍ତୁ ଉଭୟ ରୋଗ ମଧ୍ୟରେ ଗଭୀର ଅନ୍ତର ରହିଛି l

HIV ଓ ଏଡ୍ସ ମଧ୍ୟରେ କଣ ଅନ୍ତର ରହିଛି –
HIV ର ପୁରା ନାମ ହେଉଛି ହ୍ୟୁମାନ ଇମ୍ୟୁନୋଡେଫିସିଏନସି ଭାଇରସ ଅଟେ, ଯାହାକି ଶରୀରର ଇମ୍ୟୁନ ସିଷ୍ଟମ କୁ ଏତେ ଅଧିକ ଦୁର୍ବଳ କରିଦେଇ ଥାଏ ଯେ ଶରୀରର ଛୋଟ କ୍ଷତ ଟିଏ ମଧ୍ୟ ଠିକ ହେବାକୁ ସମୟ ଲାଗିଥାଏ l ଯେବେକି ଏଡ୍ସ ଗୋଟିଏ ଏଭଳି କଣ୍ଡିସନ ଅଟେ, ଯାହାକି HIV କାରଣରୁ ହୋଇଥାଏ l ପ୍ରତ୍ୟେକ HIV ପଜିଟିଭ, ରୋଗୀ ଏଡ୍ସ ରେ ସଂକ୍ରମିତ ହେବେ ଏହା ଜରୁରୀ ନୁହେଁ , କିନ୍ତୁ ଏଡ୍ସ କେବଳ HIV ସଂକ୍ରମିତ ବ୍ୟକ୍ତିଙ୍କୁ ହିଁ ହୋଇଥାଏ l

HIV ପଜିଟିଭ ବ୍ୟକ୍ତିଙ୍କୁ ଏଡ୍ସ କେତେବେଳେ ହୋଇଥାଏ –
ଏଡ୍ସ HIV ର ଗୋଟିଏ ପ୍ରାଥମିକ ସ୍ଥିତି ଅଟେ, ଯେତେବେଳେ କୌଣସି ବ୍ୟକ୍ତି ଥରେ ମାତ୍ର HIV ରେ ପ୍ରଭାବିତ ହୋଇଥାଏ ତେବେ ତାହାକୁ ଋକଭରୀ ହେବା ସମ୍ଭବ ନୁହେଁ l କିନ୍ତୁ ଔଷଧ ସାହାଯ୍ୟ ରେ ଭୟଙ୍କର ସ୍ଥିତି ରେ ପହଂଚିବାରେ ଆମକୁ ସହାୟତା ମିଳିଥାଏ l ଯଦି HIV ର ପ୍ରାରମ୍ଭିକ ସ୍ଥିତି ରେ ଚିକିତ୍ସା ହୋଇନଥାଏ ତେବେ ଷ୍ଟେଜ 3 ରେ ଖୁବ ଶୀଘ୍ର ପହଂଚି ଯାଇଥାଏ l ଏବଂ ସେତେବେଳେ ବ୍ୟକ୍ତି ଏଡ୍ସ ରେ ସଂକ୍ରମିତ ହୋଇଥାଏ l

HIV ରେ ସଂକ୍ରମିତ ହେବାର ଲକ୍ଷଣ –
– ୨ରୁ ୪ ସପ୍ତାହ ମଧ୍ୟରେ ଲକ୍ଷଣ ନଜର ଆସିଥାଏ l
– ଆରମ୍ଭ ରେ ଜ୍ୱର, ମୁଣ୍ଡ ବିନ୍ଧା , ଶରୀର ରେ ଫଳିଯିବା ଓ ଗଳାରେ ଯନ୍ତ୍ରଣା ପ୍ରଭୃତି ଦେଖା ଯାଇଥାଏ l
– ଦ୍ରୁତ ଗତିରେ ଓଜନ ହ୍ରାସ, କାଶ, ଝାଡା ପ୍ରଭୃତି ଦେଖାଯାଏ l
– WHO ର ସୂଚନା ଅନୁସାରେ ଏଡ୍ସ ଗୋଟିଏ ବଡ଼ ରୋଗ ନୁହେଁ, କିନ୍ତୁ ଏହା ରୋଗ ପ୍ରତିରୋଧକ ଶକ୍ତି କୁ ନଷ୍ଟ କରି ଦେଇଥାଏ l
– ଯେଉଁ କାରଣରୁ ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗରେ ପୀଡିତ ହୋଇଥାଏ l
– ଏଡ୍ସ HIV ଭାଇରସ କାରଣରୁ ହୋଇଥାଏ, ଯେପରିକି ଅସୁରକ୍ଷିତ ଯୌନ ସମ୍ବନ୍ଧ ରଖିବା, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶ ରେ ଆସିବା, ଗର୍ଭ ଧାରଣ ସମୟରେ ସଂକ୍ରମିତ ହେବାର ମଧ୍ୟ ସମ୍ଭାବନା ଥାଏ l
– HIV ଠାରୁ ରକ୍ଷା ପାଇବା ପାଇଁ ଯୌନ ସମ୍ବନ୍ଧ ରଖିବା ସମୟରେ ସତର୍କ ରହିବା ଜରୁରୀ l
– HIV ର ଔଷଧ କୁ ଏଂଟିରେଟ୍ରଭାଇରଲ ଥେରାପି କୁହାଯାଇ ଥାଏ l

Leave A Reply