ତ୍ରିଫଳା ଗୋଟିଏ ଆୟୁର୍ବେଦିକ ଔଷଧ ଅଟେ, ଏହା ଆମେ ସମସ୍ତେ ଜାଣିଛୁ l ତ୍ରିଫଳା କୁ ହଜାର ହଜାର ବର୍ଷରୁ ଆୟୁର୍ବେଦ ରେ ଜଡିବୁଟି ଭାବରେ ବ୍ୟବହାର କରାଯାଉଛି l ବିଶେଷ ଭାବରେ ତ୍ରିଫଳା ପେଟ ରୋଗ ପାଇଁ ଖୁବ ହିତକର l ତ୍ରିଫଳା ଅଁଳା, ବାହାଡା ଓ ହରିଡ଼ା ରେ ସମିଶ୍ରଣ କୁ କୁହାଯାଇ ଥାଏ l ଏହି ୩ଟି ଜିନିଷକୁ ମିଶାଇବା ଦ୍ୱାରା ଏହାର ଔଷଧୀୟ ଗୁଣ ବଢି ଯାଇଥାଏ l ଏହି ୩ଟି ଜିନିଷ ମିଶିଯିବ ଦ୍ୱାରା ଏଥିରେ ଭିଟାମିନ ସି, କାର୍ବୋହାଇଡ୍ରେଟ, ଫାଇବର ସହିତ ଅନେକ ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଥାଏ l ଆଜି ଆସନ୍ତୁ ତ୍ରିଫଳାର ଚମତ୍କାର ଲାଭ ବିଷୟରେ ଜାଣିବା l
ଆୟୁର୍ବେଦ ଅନୁସାରେ ତ୍ରିଫଳା କୁ ବର୍ଷା ଋତୁରେ ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗଠାରୁ ଦୁରେଇ ରଖିବା ପାଇଁ ବ୍ୟବହାର କରାଯାଇ ଥାଏ l କାହିଁକି ନା ବର୍ଷା ଋତୁରେ ଆମେ ପେଟ ଜନିତ ବିଭିନ୍ନ ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇଥାଉ ତେଣୁ ଏହି ଋତୁରେ ତ୍ରିଫଳା ବ୍ୟବହାର କରିବା ଖୁବ ଲାଭ ଦାୟକ l
– ୱେବ ଏମଡି ର ଗୋଟିଏ ରିପୋର୍ଟ ଅନୁସାରେ ବର୍ଷା ଋତୁରେ ତ୍ରିଫଳା ସେବନ ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ l ଏହା ଡାଇଜେସନ ସମ୍ବନ୍ଧୀୟ ସମସ୍ୟାକୁ ଠିକ କରିଥାଏ l କାହିଁକି ନ ବର୍ଷାଦିନେ ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ , ଏହି ସମୟରେ ଗ୍ୟାସ, ଅପଚ, ଏସିଡ଼ିଟି ଭଳି ସମସ୍ୟାରୁ ଆରାମ ଦେଇଥାଏ ତ୍ରିଫଳା l
– ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ତ୍ରିଫଳା ଓଜନ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ l ଗୋଟିଏ ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତି ନିୟମିତ ତ୍ରିଫଳା ଚୁର୍ଣ ସେବନ କରୁଛି ସେ ଓଜନ ହ୍ରାସ କରିବାର ଲାଭ ପାଇଥାଏ l
– ତ୍ରିଫଳା ସେବନ ଦ୍ୱାରା ବ୍ଲଡ଼ ସୁଗାର କଣ୍ଟ୍ରୋଲ ହୋଇଥାଏ l ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଫଳପ୍ରଦ ଅଟେ l ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ନିୟମିତ ତ୍ରିଫଳା ସେବନ କରନ୍ତୁ l
– ତ୍ରିଫଳା ରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି l ଯାହାକି ଶରୀରକୁ ଅନେକ ପ୍ରକାର ରୋଗ ଠାରୁ ରକ୍ଷା କରିଥାଏ l ତ୍ରିଫଳା ସେବନ ଆପଣଙ୍କୁ ରେଡ଼ିକୁଲସ ରୁ ରକ୍ଷା କରିଥାଏ l ତ୍ରିଫଳା ନିୟମିତ ସେବନ ଦ୍ୱାରା ଆପଣ ମଧୁମେହ ଓ ହୃଦୟ ରୋଗ ଠାରୁ ରକ୍ଷା ପାଇପାରିବେ l
– ତ୍ରିଫଳା ଆମର ଇମ୍ୟୁନିଟି ବଢ଼ାଇ ଅନେକ ପ୍ରକାର ସଂକ୍ରମିତ ରୋଗ ଠାରୁ ବର୍ଷା ଦିନରେ ରକ୍ଷା କରିଥାଏ l ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ତ୍ୱଚାକୁ ବିଭିନ୍ନ ସଂକ୍ରମଣ ରୁ ବର୍ଷା ଦିନରେ ରକ୍ଷା କରିଥାଏ l
