Odisha news

ତ୍ରିଫଳା ଚୁର୍ଣ ମଧୁମେହ ପାଇଁ ରାମବାଣ, ଏଭଳି କରନ୍ତୁ ବ୍ୟବହାର

0

ମଧୁମେହ ଗୋଟିଏ ଏଭଳି ରୋଗ ଅଟେ, ଯାହାର ସମ୍ପୂର୍ଣ ମୂଳରୁ ଚିକିତ୍ସା କରାଯାଇ ପାରିବ ନାହିଁ l ଅନେକ ପ୍ରକାରର ଉପଚାର ପ୍ରକ୍ରିୟା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇ ଥାଏ l ଏହି ଉପଚାର ପ୍ରକ୍ରିୟା ମଧ୍ୟରୁ ଗୋଟିଏ ହେଲା ଆୟୁର୍ବେଦ ପ୍ରକ୍ରିୟା l ଆୟୁର୍ବେଦ ଅନୁସାରେ ଜଡିବୁଟି ଦ୍ୱାରା ଆୟୁର୍ବେଦ ର ଉପଚାର କରାଯାଇ ଥାଏ l ସେହି ଚିକିତ୍ସା ମଧ୍ୟରୁ ଗୋଟିଏ ହେଉଛି ତ୍ରିଫଳା ଚୂର୍ଣ୍ଣରେ ଚିକିତ୍ସା l

ତ୍ରିଫଳା ମଧୁମେହ କୁ ନିୟନ୍ତ୍ରଣ କରେ କିପରି ?

ତ୍ରିଫଳା ସାହାଯ୍ୟରେ ଆପଣ ମଧୁମେହ କୁ ନିୟନ୍ତ୍ରଣ କରି ପାରିବ l ଏହା ହରିଡ଼ା, ଅଁଳା ଓ ବାହାଡା ର ସମିଶ୍ରଣ ରେ ପ୍ରସ୍ତୁତ ହୋଇଥାଏ l ହରିଡ଼ା ଓ ବାହାଡ଼ ସାହାଯ୍ୟରେ  ଡାଇଜେଷ୍ଟିଭ ଏଞ୍ଜାଇମ କୁ ରେଗୁଲେଟ କରା ଯାଇଥାଏ, ଅନ୍ୟପକ୍ଷରେ ଅଂଳରେ ଏଣ୍ଟିଅକ୍ସିଡାଣ୍ଟ ରେ ଭରପୁର ଅଟେ , ଯାହା ବ୍ଲଡ଼ ସୁଗାର ସ୍ତରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ l ତ୍ରିଫଳା ସାହାଯ୍ୟରେ ପେନକ୍ରିୟାଜ ସୁସ୍ଥ ରହିଥାଏ l ଏହାଛଡା ତ୍ରିଫଳା ଇନ୍ସୁଲିନ ସ୍ତର କୁ ସୁଧାରିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ l

ତ୍ରିଫଳା ଏଭଳି ଭାବରେ କରନ୍ତୁ ସେବନ –

– ମଧୁମେହ ନିୟନ୍ତ୍ରଣ କରିବା ପାଇଁ ଦେଶୀ ଘିଅ ସହିତ ତ୍ରିଫଳା ଚୁର୍ଣ ସେବନ କରିବା ଜରୁରୀ l ସେଥିପାଇଁ ଘିଅକୁ ହାଲୁକା ଭାବରେ ଗରମ କରି ନିଅନ୍ତୁ l ଏହାପରେ ସେଥିରେ ତ୍ରିଫଳା ଚୁର୍ଣ ମିଶାଇ ନିଅନ୍ତୁ ଓ ସେବନ କରନ୍ତୁ l ଏହାଦ୍ୱାରା ଶରୀର ଡଟକ୍ସିଫାଇ ହୋଇ ଯାଇଥାଏ l ଏହାଛଡା ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

– ବ୍ଲଡ଼ ସୁଗାର ନିୟନ୍ତ୍ରଣ ପାଇଁ ଘୋଳ ଦହି ସହିତ ତ୍ରିଫଳା ଚୁର୍ଣ ସେବନ କରନ୍ତୁ l ଏହାଛଡା ପାଚନ ପ୍ରକ୍ରିୟା ସୁସ୍ଥ ରଖିଥାଏ l ମଧ୍ୟାହ୍ନ ଭୋଜନ ପରେ ଗୋଟିଏ ଚାମଚ ତ୍ରିଫଳାଚୁର୍ଣ ଲସି ସହିତ ସେବନ କରନ୍ତୁ ଅନେକ ଲାଭ ମିଳିବ l

– ମଧୁମେହ ରୋଗୀଙ୍କ ପାଇଁ ତ୍ରିଫଳା ଚୁର୍ଣ ର କାଢ଼l ଖୁବ ଉପକାରୀ l ଏହି କାଢ଼l କୁ ପ୍ରସ୍ତୁତ ଲରିବା ପାଇଁ ଗୋଟିଏ ଚାମଚ ତ୍ରିଫଳା ଚୂର୍ଣ୍ଣକୁ ଗୋଟିଏ କପ ପାଣିରେ ମିଶାଇ ନିଅନ୍ତୁ l ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଚୁଲିରେ ଫୁଟାନ୍ତୁ l ଏହାପରେ ତାକୁ ଛାଣି ସେବନ କରନ୍ତୁ l

Nalco
Leave A Reply