Odisha news

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଓ ସର୍ବଧର୍ମ ପ୍ରାର୍ଥନା

0

ନିମାପଡା : :ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଏକାଦଶାହ ଅବସରରେ ନିମାପଡା ସହୀଦ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ମୁକ୍ତାକାଶ ମଂଚ  ପଡିଆରେ ଆଜି ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ସର୍ବଧର୍ମ ପ୍ରାର୍ଥନା ଆଦି ବହୁବିଧ କାର୍ଯ୍ୟକ୍ରମ   ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତା,ସ୍ୱାଧିନତା ସଂଗ୍ରାମୀ,ବିଶିଷ୍ଟ ବ୍ୟକ୍ତି,ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ସ୍କୁଲ,କଲେଜ,ବିଭିନ୍ନ ସଂଗଠନର କର୍ମକର୍ତାମାନେ ଯୋଗଦେଇ ଏହି ମହାନ ସଂଗ୍ରାମୀଙ୍କ  ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏଥିରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସୋମନାଥ ପାତ୍ର,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ,କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା,ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ,ବିଧାୟକ ପ୍ରଫୁଲ୍ଲ ସାମଲ,ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ,ବାଇଧର ମଲ୍ଲିକ,ରାଷ୍ଟ୍ରୀୟ ଯୁବ ପ୍ରକଳ୍ପ ଓଡିଶା ଶାଖା ସଂଯୋଜକ ମଧୁସୁଦନ ଦାସ,ଭାଜପା ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା,ଖଦୀ ଗ୍ରାମ୍ୟ ଉଦ୍ୟୋଗ ସଭାପତି ସଂଗ୍ରାମ ପାଇକରାୟ,ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ,ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ,ପୁରୀ ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଅମୀୟ ପଟ୍ଟନାୟକ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ ନାୟକ,ଆଇନଜୀବୀ ବିକାଶ ଦାଶ,କବୟତ୍ରୀ ସଂଗୀତା ଦାଶ,ଶୁଭଶ୍ରୀ ଦାଶ ପ୍ରମୁଖ ଯୋଗଦେଇ ପଦ୍ମଶ୍ରୀ ସ୍ୱର୍ଗତ  ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସ୍ମୃତି ଚାରଣ କରିଥିଲେ ।ବରିଷ୍ଠ ଆଇନଜୀବୀ ସୁଧିର ମହାନ୍ତି ଶୋକ ପ୍ରସ୍ତାବ ଆଗତ କରିବା ପରେ ପଦ୍ମଶ୍ରୀ ସ୍ୱର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ନିମାପଡା ପୂର୍ବତନ ନଗରପାଳ ସନାତନ ପ୍ରଧାନ,ନିମାପଡା ବିଜେଡି ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ସଂପାଦକ ସନ୍ତୋଷ ଓଝା,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଧିର ରଂଜନ ଦାଶ,ନିମାପଡା ବିଜେଡି ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ସଂପାଦକ ସନ୍ତୋଷ ଓଝା,ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଓଝା,ସମାଜସେବୀ ଶରତ ସିଂଦେଓ,ବିଜେଡି ବ୍ଲକ ସଭାପତି ଅଶୋକ ସାହୁ,ସିପିଆଇ ପୁରୀ ଜିଲ୍ଲା ସହ ସଂପାଦକ କୃଷ୍ଣଚନ୍ଦ୍ର ରାଉତ,ଧନୁର୍ଦ୍ଧର ଦାସ,ନିମାପଡା କଲେଜ ଅଧ୍ୟକ୍ଷ ରାଜକିଶୋର ରଥ,ବ୍ୟବସାୟୀ ମହେନ୍ଦ୍ର ସିଂ ଭାଟିଆ,ଆଇନଜୀବୀ  ରଣଜିତ୍ ସାହୁ,ବ୍ରହ୍ମାନନ୍ଦ ପ୍ରଧାନ,ବରିଷ୍ଠ ନେତା ନବଘନ ବଳ,ନିମାପଡା ବ୍ୟବସାୟୀ ସଂଘର ସଭାପତି ପଦ୍ମଚରଣ ସାହୁ,ଗୈାରାଙ୍ଗ ସାହୁ,ଶିକ୍ଷାବିତ୍ ନିର୍ମଳ ମିଶ୍ର,ସମାଜସେବୀ ରାମଚନ୍ଦ୍ର ସାହୁ,ନରହରୀ ସ୍ୱାଇଁ,ଦିବାକର ନାୟକ,ଗଦାଧର ପରିଡା,ହରପ୍ରସାଦ ମହାପାତ୍ର,ସତ୍ୟବାଦୀ ମହାପାତ୍ର,ଉମାଶଙ୍କର ଆଚାର୍ଯ୍ୟ,ମିନତୀ ସେନାପତି,ସ୍ଥାନୀୟ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ,ବିଡିଓ ମନୋଜ ବେହେରା,ଏସ୍ଡିପିଓ ପ୍ରଦୀପ ଦଳାଇ,ଥାନା ଆଇଆଇସି ଜନାର୍ଦ୍ଦନ ପାଢୀ,ଅଗ୍ନିଶମ ଅଧିକାରୀ ବ୍ରହ୍ମାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ  ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ସଂଧ୍ୟା ରାଣୀ ମହାପାତ୍ର ଏବଂ  ସାଥୀଙ୍କ ଦ୍ୱାରା ସ୍ୱର୍ଗତ ପଟ୍ଟନାୟକଙ୍କ ଅତିପ୍ରିୟ ମାତୃଭକ୍ତି ସଂଗୀତ ‘ତୁହିମା ଜନ୍ମ ଭୂମି ‘ଗାୟନ କରାଯାଇଥିଲା ।ସହୀଦ ସ୍ମୃତି ସଂସଦର ସଂପାଦକ ବେଣୁଧର ସେନାପତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି ଅବସରରେ ତାଙ୍କ ନାମରେ ନାମିତ ନିମାପଡା ସ୍ଥିତ ସହୀଦ ସ୍ମୃତି ସଂସଦ ଭବନ ଠାରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ସଂଗ୍ରାମୀ ଭବନ ଗୃହର ଭିତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଥିଲା ।ଉପସ୍ଥିତ ମନ୍ତ୍ରୀ,ସାଂସଦ,ସ୍ୱାଧିନତା ସଂଗ୍ରାମୀ ପ୍ରମୁଖ ନଡିଆ ବାଡାଇ ଏହି ଭବନର ଶିଳାନ୍ୟାସ କରିଥିଲେ ।

Leave A Reply