ପାପୁଆ ନିଉ ଗିନିର ଏକ ଆଦିବାସୀ ସମ୍ପ୍ରଦାୟ କଙ୍କାଳ ବେଶରେ ଦଳବଦ୍ଧ ହୋଇ ଯାତାୟାତ କରନ୍ତି । ଉଦ୍ଦେଶ୍ୟ ଶତ୍ରୁମାନଙ୍କୁ ଭୟଭିତ କରାଇବା । ଏହି ସମ୍ପ୍ରଦାୟର ନାମ ଚିମ୍ବୁ । ଏମାନଙ୍କ ସହ ପାଶ୍ଚାତ୍ୟ ବାସୀଙ୍କ ପ୍ରଥମ ସମ୍ବନ୍ଧ ସ୍ଥାପନ ହୋଇଥିଲା ୧୯୩୪ରେ ।ତଥାପି ଏପର୍ଯ୍ୟନ୍ତ ଚିମ୍ବୁମାନଙ୍କ ଜୀବନଶୈଳୀ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ପାପୁଆ ନିଉ ଗିନିରେ ପ୍ରଚଳିତ ୮ ଶହ ଭାଷା ମଧ୍ୟରୁ ଚିମ୍ବୁମାନଙ୍କ ଭାଷାର ନାମ କୁମନ । କଙ୍କାଳବେଶୀ ଚିମ୍ବୁମାନେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ ସେମାନେ ସାଧାରଣ ମଣିଷ ନୁହନ୍ତି, ସେମାନଙ୍କଠାରେ ଆଦିଭୌତିକ ଶକ୍ତି ଅଛି ।