Odisha news

ବର୍ଷାରେ ରାସ୍ତା ଉପରକୁ ଟଳି ପଡିଲା ଗଛ , ୨ ଘଣ୍ଟା କାଳ ଯାତାୟାତ ଠପ୍

0

ବୁଗୁଡ଼ା  : ତା ୨୧/୦୮/୨୨ : ବୁଗୁଡ଼ା-ଷୋଳମଇଲି ରାସ୍ତାର କଡରେ ଥିବା ଏକ କଦମ୍ବ ଗଛ ଆଜି ଅପରାହ୍ନର ପ୍ରବଳ ବର୍ଷାରେ ମୂଳରୁ ଉପୁଡ଼ିଯାଇ ରାସ୍ତା ଉପରକୁ ଟଳି ପଡିଥିଲା  ।  ଫଳରେ ରାସ୍ତା ଅବରୋଧ ହୋଇଥିଲା ଏବଂ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥିଲା । ଖବର ପାଇ ଦମକଳବାହିନୀ ସେଠାରେ ପହଞ୍ଚି ଗଛକୁ କାଟି ରାସ୍ତା ଅବରୋଧ ହଟାଇ ଥିଲେ  । ଦୀର୍ଘ ୨ ଘଣ୍ଟା ପରେ ଯାତାୟାତ ସ୍ବଭାବିକ ହୋଇଥିଲା  । ପ୍ରକାଶ ଯୋଗ୍ୟ ଯେ , ପୂର୍ବରୁ ଗଛଟିର ମୂଳ ଉପୁଡ଼ିଯାଇ ରାସ୍ତା ପଟକୁ ସାମାନ୍ୟ ଢଳି ରହିଥିଲା । ଏନେଇ ବନ ବିଭାଗକୁ ଅବଗତ କରାଯାଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଗୁରୁତ୍ୱ ଦେଇ ନଥିଲେ  । ଫଳତଃ ଆଜି ଏଭଳି ପରିସ୍ଥିତି ଉପୁଜିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Nalco
Leave A Reply