ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାରେ ଏମିତି ଏକ ରହସ୍ୟମୟ ଗଛ ଅଛି ଯାହାକୁ କାଟିଲେ ସେଥିରୁ ନାଲି ରଙ୍ଗର ତରଳ ପଦାର୍ଥ ବାହାରେ । ଏହା ଦେଖିବାକୁ ମଣିଷ ରକ୍ତ ଭଳି । ତେଣୁ ଲୋକେ ଏହାକୁ “ବ୍ଲଡ୍ଉଡ୍ ଟ୍ରି’ (ରକ୍ତବୃକ୍ଷ) କହନ୍ତି । ଏହା “କିଆଟ୍ ମୁକଓ୍ୱା’ ଓ “ମୁନିଙ୍ଗା’ ନାଁରେ ମଧ୍ୟ ଜଣାଣୁଣା । ଏହାର ବୈଜ୍ଞାନିକ ନାଁ “ସେରୋକାରପସ୍ ଏଙ୍ଗୋଲେନ୍ସିସ୍’ । ଦକ୍ଷିଣ ଆଫ୍ରିକା ବ୍ୟତୀତ ମୋଜାମ୍ବିକ୍, ନାମ୍ବାୟା, ତଞ୍ଜାନିଆ ଓ ଜିମ୍ବାେଓ୍ୱ ଭଳି ଦେଶରେ ଦେଖିବାକୁ ମିଳେ । ଗଛରୁ ବାହାରୁଥିବା ନାଲି ରଙ୍ଗର ପଦାର୍ଥକୁ ଔଷଧ ଭାବେ ଉପଯୋଗ କରାଯାଏ । ପେଟ ସମସ୍ୟା, ମାଲେରିଆ ତଥା ଅନ୍ୟାନ୍ୟ ମାରାତ୍ମକ ରୋଗ ପାଇଁ ଏହାକୁ ବ୍ୟବହାର କରାଯାଏ ।