ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖାରେ ୪ ଲକ୍ଷ ଟଙ୍କା ଅଛି ତେବେ ଆପଣ କଣ କରିବାକୁ ଚାହିଁବେ ? ଆପଣ ନୂଆକାର ,ସୁନାଗହଣା କିମ୍ବା ବିଦେଶ ଯାତ୍ରା କରିବାକୁ ଚାହିଁବେ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯଦି କୌଣସି ବ୍ୟକ୍ତି ପାଖରେ ୪ ଲକ୍ଷ ଟଙ୍କା ଅଛି ତେବେ ସେ ଚାରିଟି ପତ୍ର ଥିବା ଗୋଟିଏ ଛୋଟ ଗଛକୁ କିଣିପାରେ l

ନ୍ୟୁଜଲ୍ୟାଣ୍ଡରେ ଏହିପରି ଗୋଟିଏ ଦୁର୍ଲଭ ହଳଦିଆ ପତ୍ରର ଗଛର ଦାମ ୪ ଲକ୍ଷ ଟଙ୍କା l ଦୁନିଆରେ ବହୁତ କମ ସ୍ଥାନରେ ଏହି ଗଛଟି ଦେଖିବାକୁ ମିଳିଥାଏ l ଏହି ଗଛଟିର ନାଁ ହେଲା ରାଫିଡୋଫୋରା ଟ୍ରେଟ୍ରାସ୍ପରମା ଅଟେ l ଏହି ଗଛଟିର ଖାସ କଥାଟି ହେଲା ଚାରୋଟି ପତ୍ର ଥାଏ ଓ ପ୍ରତ୍ୟକ ପତ୍ରର ରଙ୍ଗ ହଳଦିଆ ରଙ୍ଗରେ ପରିବର୍ତ୍ତନ ହୁଏ l

ଏକ ରିପୋର୍ଟରୁ ଜଣା ପଡିଛି ଯେ ଏହି ଗଛକୁ କିଣିବା ପାଇଁ ନ୍ୟୁଜଲ୍ୟାଣ୍ଡର ସବୁଠୁ ବଡ ବିଜିନେସ ସାଇଟ ରେ ନିଲାମୀ ଡକା ଯାଇଥାଏ l ଶେଷରେ ନ୍ୟୁଜଲ୍ୟାଣ୍ଡର ଜଣେ ବିଜେତା ୪ ଲକ୍ଷ ଟଙ୍କା  ଦେଇ ଗଛଟିକୁ କିଣିଛନ୍ତି l ଏହି ଗଛଟିକୁ ଯେଉଁମାନେ କିଣିଥାନ୍ତି ସେହି କ୍ରେତା ମାନଙ୍କର ନାଁ କୁ ଗୋପନ ରଖା ଯାଇଥାଏ l

ଚଳିତ ବର୍ଷ ଏହି ଗଛଟିକୁ ତିନିଜଣ ମିଶି କିଣିଛନ୍ତି ଓ ସେମାନେ ଗୋଟିଏ ଟ୍ରପିକାଲ ପାରାଡାଇଜି ନିର୍ମାଣ କରୁଛନ୍ତି l ଯେଉଁଠାରେ ବିଭିନ୍ନ ପ୍ରକାରର ପକ୍ଷୀ ମାନଙ୍କୁ ରଖାଯିବ ଓ ରଙ୍ଗ ବେରଙ୍ଗର ପ୍ରଜାପତି ମାନେ ମଧ୍ୟ ରହିବେ l ସେଠାରେ ଗୋଟିଏ ଭୋଜନାଳୟ ଖୋଲାଯିବ l ସେହି ତିନି ବନ୍ଧୁଙ୍କର ଉଦେଶ୍ୟ ହେଲା ବିଶ୍ୱର ଏହିଭଳି ସୁନ୍ଦର ସୁନ୍ଦର ବୃକ୍ଷକୁ ସଂଗ୍ରହ କରିବା l

LEAVE A REPLY

Please enter your comment!
Please enter your name here