Odisha news

ଆୟୁର୍ବେଦ ଅନୁସାରେ କୃଷ୍ଣଚୂଡ଼ା ବୃକ୍ଷ ଭାରତୀୟ ଚିକିତ୍ସା ପାଇଁ ବଡ଼ ବରଦାନ, ଏବଂ ବିଭିନ୍ନ ରୋଗ ପାଇଁ ରାମବାଣ ସଦୃଶ ଅଟେ

0

ଅପ୍ରେଲ ଓ ମେ ମାସ ଆସିବା ମାତ୍ରକେ ନାଲି ନାଲି କୃଷ୍ଣଚୂଡ଼ା ଫୁଲ ଚାରିଆଡେ ଖେଳି ଉଠିଥାଏ, ଯେତେବେଳେ କୃଷ୍ଣଚୂଡ଼ା ଫୁଲ ଗୁଡିକ ମାଟି ଉପରେ ବିଛୁରିତ ହୋଇ ପଡିଥାଏ ଲାଗିଥାଏ ଯେପରି ପୃଥିବୀ ଉପରେ ଗୋଟିଏ ନାଲି ଶାଢ଼ୀ ଘୋଡାଇ ହୋଇ ଯାଇଛି l ଧୀରେ ଧୀରେ ନଭେମ୍ବର ଆସିବା ମାତ୍ରକେ ଏହାର ପତ୍ର ଗୁଡିକ ହଳଦିଆ ହୋଇଯାଇ ଥାଏ l ଏହି ଫୁଲଟି କେବଳ ସୌନ୍ଦର୍ଯ୍ୟ କୁ ନେଇ ଚର୍ଚିତ ନୁହେଁ, ଏହାର ପତ୍ର, ଫଳ ଓ ଛାଲି ଆୟୁର୍ବେଦ ରେ ବିଭିନ୍ନ ଚିକିତ୍ସା ରେ ବ୍ୟବହାର କରାଯାଇ ଥାଏ l ତେଣୁ ଏହାକୁ ଆୟୁର୍ବେଦ ର କଳ୍ପ ବୃକ୍ଷ ବୋଲି ମଧ୍ୟ କୁହାଯାଇ ଥାଏ l

କୃଷ୍ଣଚୂଡ଼ା ବୃକ୍ଷକୁ ପାଖାପାଖି ୧୦୦ ବର୍ଷ ହେଲାଣି ଚିକିତ୍ସା ବିଜ୍ଞାନ ରେ ବ୍ୟବହାର କରାଯାଉଛି l ଯାହାକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ l ଏହାର ପତ୍ର , ଫଳ, ଫୁଲ ଓ ଛାଲି କୁ ଭାରତୀୟ ଆୟୁର୍ବେଦ ଚିକିତ୍ସା ରେ ବ୍ୟବହାର ହୋଇଥାଏ l ସମସ୍ୟା ଆୟୁର୍ବେଦ ଚିକିତ୍ସାଳୟ ରେ ଗୁଳି ଓ ଟାବଲେଟ ଭାବରେ ପ୍ରସ୍ତୁତ ହୋଇ ଉପଲବ୍ଧ ହେଉଛି l

* ଆୟୁର୍ବେଦ ଅନୁସାରେ ଯଦି କୃଷ୍ଣଚୂଡ଼ା ପତ୍ର କୁ ପାଣିରେ ଫୁଟାଇ ୨ରୁ ୩ ମାସ ସେବନ କରାଯାଏ ତେବେ କେଶ ଝାଡ଼ିବା ସମସ୍ୟା ଦୂର ହୋଇଥାଏ l

* ଯଦି କୃଷ୍ଣଚୂଡ଼ା ଗଛର ଛାଲି କୁ ଶୁଖାଇ ଗୁଣ୍ଡ କରି ମହୁରେ ମିଶ୍ର ସେବନ କରିବା ଦ୍ୱାରା ପାଟି ଘା, ମୁଖମଣ୍ଡଳ ର ବ୍ରଣ ସମସ୍ୟା, ଏବଂ ପାଟିରେ ହୋଇଥିବା ବିଭିନ୍ନ ଇନଫେକ୍ସନ ଦୂର ହୋଇଥାଏ l

* ଯେଉଁ ବ୍ୟକ୍ତିମାନେ ରକ୍ତ ହୀନତାର ସମୁଖୀନ ହେଉଛନ୍ତି ସେମାନେ କୃଷ୍ଣଚୂଡ଼ା ଫୁଲ କୁ ପାଣିରେ ସିଝାଇ ନିୟମିତ ସକାଳୁ ସେବନ କରନ୍ତୁ l କିଛିଦିନ ପରେ ରକ୍ତହୀନତା ସମସ୍ୟା ଦୂର ହେବ l

* ଯଦି କେହି ଡାଇରିଆ କିମ୍ବା ଝାଡା ବାନ୍ତି ରେ ପୀଡିତ ହେଉଛନ୍ତି ତେଣେ କୃଷ୍ଣଚୂଡ଼ା ର ଫୁଲ ଏବଂ ପତ୍ର କୁ ମିଳିତ ଭାବରେ ଛେଚି ନିଅନ୍ତୁ ଏବଂ ଏଥିରେ ସାମାନ୍ୟ ହଳଦୀ ମିଶାଇ ସେବନ କରନ୍ତୁ l

Ad2
Leave A Reply