Odisha news

ଟ୍ରାମ୍‌-ଲାଇବ୍ରେରୀ

0

କୋଲକାତାରେ ଏକ ଟ୍ରାମ୍‌ ଲାଇବ୍ରେରୀ ସେଟ୍‌ କରାଯାଇଛି । ପଶ୍ଚିମବଙ୍ଗ ପରିବହନ ନିଗମ (ଡବ୍‌ଲୁ୍ୟବିଟିସି) ପରିଚାଳନା ନିର୍ଦ୍ଦେଶକ ରାଜନବୀର୍‌ ସିଂହ କପୁର କହିଛନ୍ତି, ବିଭିନ୍ନ ଶିକ୍ଷାନୁଷ୍ଠାନର ପାଠକଙ୍କୁ ଆକର୍ଷିତ କରିବା ପାଇଁ ଡିଜାଇନ୍‌ କରାଯାଇଥିବା ଟ୍ରାମ୍‌ ଲାଇବ୍ରେରୀରେ ସିଭିଲ୍‌ ସେବା, ଡବ୍‌ଲୁ୍ୟବିସିଏସ୍‌, ଜିଆର୍‌ଇ ବା ଜିଏମ୍‌ଏଟି ଭଳି ପରୀକ୍ଷା ପାଇଁ ପୁସ୍ତକ ଓ ପତ୍ରିକା ଉପଲବ୍ଧ ହେବ । ଏହି ରୁଟ୍‌ରେ କୋଲକାତା ବିଶ୍ୱବିଦ୍ୟାଳୟ, ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟ, ସ୍କଟିଶ୍‌ ଚର୍ଚ୍ଚ କଲେଜ, ହରେ ସ୍କୁଲ ଓ କୋଲକାତା ଗର୍ଲସ୍‌ ସ୍କୁଲ ସହିତ ୩୦ଟି ଶିକ୍ଷା ସଂସ୍ଥାନ ଅଛି । ଟ୍ରାମ୍‌ରେ ଯାତ୍ରା ସମୟରେ ଲୋକେ ଲାଇବ୍ରେରୀର ଫାଇଦା ଉଠାଇପାରିବେ । ଟ୍ରାମ୍‌କାର୍‌ରେ ମାଗଣା ୱାଇଫାଇ ସହ ଯାତ୍ରୀମାନେ ଇ-ବୁକ୍‌ ପଢ଼ିପାରିବେ ।

Nalco
Leave A Reply