Odisha news

ବାରଙ୍ଗ : ପଶିକ୍ଷେଣ ବେଳେ ଫୁଟିଲା ଗ୍ରେନେଡ : ହାବିଲଦାର ସହିଦ,ଦୁଇ ଗୁରୁତର

0

ବାରଙ୍ଗ : ମଙ୍ଗଳବାର ଦିନ ରାଜଧାନୀ ଉପକଣ୍ଠ ଚନ୍ଦକା ଏସ୍ଓଜୀ ଟ୍ରେନିଂ ସେଂଟରରେ ଅଭାବନୀୟ ଘଟଣା ଘଟିଛି । ଏସ୍ଓଜି କ୍ୟାମ୍ପରେ ପଶିକ୍ଷେଣ ନେଉଥିବା ବେଳେ ଗ୍ରେନେଡ ବିସ୍ଫୋରଣ ଘଟି ଜଣେ ହାବିଲଦାର ଶହୀଦ ହୋଇଛନ୍ତି । ଶହୀଦ ହାବିଲଦାର ଜଣଙ୍କ ହେଲେ ବଲାଙ୍ଗୀର ପ୍ରକାଶ ସାହୁ (୩୪) । ମୃତ ପ୍ରକାଶଙ୍କ ଅନ୍ୟ ଦୁଇ ଜଣ ହାବିଲଦାର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁଇ ଗୁରୁତରଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଏହାକୁ ନେଇ ଅଂଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ଚନ୍ଦକା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛନ୍ତି ।ପ୍ରକାଶ ଯେ , ସବୁଦିନ ପରି ଆଜି କ୍ୟାମ୍ପରେ ଯବାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଜଣେ ହାବିଲଦାରଙ୍କୁ ଟ୍ରେନିଂ ପାଇଁ ହାତରେ ହ୍ୟାଣ୍ଡ ଗ୍ରେନେଡ ଦିଆଯାଇଥିଲା । ହେଲେ ଅସାବଧାନତା ଯୋଗୁଁ ତାହା ବିସ୍ଫୋରଣ ଘଟିଥିଲା । ସଂପୃକ୍ତ ହାବିଲଦାରଙ୍କୁ ବଂଚାଇବା ପାଇଁ ପ୍ରକାଶ ଉଦ୍ୟମ କରି ଗୁରୁତର ଆହତ ହୋଇଥିଲେ । ପରେ ସମସ୍ତ ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହସ୍ପିଟାଲରେ ପ୍ରକାଶଙ୍କ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେଠାରେ ପ୍ରକାଶକୁ ମୃତୁ୍ୟ ଘୋଷଣା କରାଯାଇଥିଲା । ସେହିଭଳି ଦୁଇ ଗୁରୁତର କ୍ୟାଡେଟ୍ ସର୍ଜେଂଟଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ସେମାନଙ୍କ ଚିକିସôା ଜାରି ରହିଛି ।
ହାବିଲଦାର ପ୍ରକାଶ ସାହୁଙ୍କ ମୃତୁ୍ୟକୁ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଶ୍ରୀ ଅଭୟ ଏଭଳି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତ ହାବିଲଦାରଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଡିଜିପି ଶ୍ରୀ ଅଭୟ । ଅନ୍ୟ ପଟେ ଏଭଳି ଦୁର୍ଘଟଣାର ତଦନ୍ତ ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ଯେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ତଦନ୍ତ ପରେ ଜଣାପଡିବ । ଏଠାରେ ପ୍ରଶ୍ନ ଉଠୁଛି ଯେ, କରୋନା ପାଇଁ ଦେଶରେ ଲକ୍ଡାଉନ କଟକଣା ଜାରି କରାଯାଇଥିବାବେଳେ କିପରି ଟ୍ରେନିଂ ନେଉଥିଲେ ଯବାନ । ଯବାନମାନଙ୍କୁ ଟ୍ରେନିଂ ନେବାକୁ କିଏ ଅନୁମତି ଦେଇଥିଲା । ହାବିଲଦାରଙ୍କ ମୃତୁ୍ୟ ପାଇଁ ଦାୟୀ କିଏ । ଏଭଳି ଅଭାବନୀୟ ଘଟଣାର ତଦନ୍ତ କରାଯାଇ ଦୋଷୀ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସହକର୍ମୀମାନେ ଦାବି କରୁଥିବା ଶୁଣିବାକୁ ମିଳୁଛି ।

Leave A Reply