Odisha news

NTPC ଟ୍ରେନ୍ ଲାଇନ୍ ରେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବଲାଙ୍ଗୀ ଗ୍ରାମ ନିକଟରେ ଥିବା NTPC ରେଳ ଧାରଣାରେ ବୃଦ୍ଧାଙ୍କର ବେକ ଓ ହାତ କଟିଥିବା ଅବସ୍ଥାରେ ଖଣ୍ଡବିଖଣ୍ଡ ମୃତ୍ୟୁ ଦେହ ଉଦ୍ଧାର । ମୃତ ବୃଦ୍ଧା ଜଣକ ହରିହରପୁର ଗ୍ରାମପଞ୍ଚାୟତ ବଲାଙ୍ଗି ଗ୍ରାମ ଖଇରାସାହି ର ତେଷଠୀ ବର୍ଷିୟା କୌଶଲ୍ୟା ଭୋଇ । ବୃଦ୍ଧା ସବୁଦିନ ପରି ଆଜି ମଧ୍ଯ ଛେଳି ପାଇଁ ପତ୍ର ଓ ଜାଳେଣି କାଠ ଆଣିବାପାଇଁ ଜଙ୍ଗଲ କୁ ଯାଇଥିଲେ । ସୂଚନାନୁଯାୟୀ କୌଣସି ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବାର ଅନୁମାନ । ପାଳଲହଡା ବିଧାୟକ ଙ୍କ ନିର୍ଦ୍ଦେଶ କ୍ରମେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ କଣିହାଁ NTPC କର୍ତ୍ତୃପକ୍ଷ ତିନି ଲକ୍ଷ କୋଡିଏ ହଜାର ଟଙ୍କା ଓ ଶୁଦ୍ଧିକ୍ରିୟା ପାଇଁ ତିରିଶ ହଜାର ଟଙ୍କା ସମସ୍ତ ଙ୍କ ଉପସ୍ଥିତିରେ ପ୍ରଦାନ କରାଗଲା ।

Comments are closed.