ଚୌଦ୍ଵାର : ଟାଙ୍ଗୀ କପିଳାସ ରେଳ ଷ୍ଟେସନ୍ ୧୭୪ ଫାଟକ ନିକଟସ୍ଥ ରେଲୱେ ସାଇଡିଙ୍ଗ ନିକଟରେ ଜଣେ ଶ୍ରମିକ ଲୁହା ଅଙ୍ଗେଲକୁ ଏକ ଟ୍ରଲର ରେ ଲୋଡ ପାଇଁ କ୍ରେନ୍ ସାହାଯ୍ୟରେ କାମ କରୁଥିବା ସମୟରେ ହଠାତ୍ ଟ୍ରେନ ର ଉଚ୍ଚ କ୍ଷମତା ବିଦ୍ୟୁତ୍ ତାର ଛିଡି ଯିବାରୁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକ ଜଣକ ଉକ୍ତ ତାର ରେ ଲାଗିଯାଇଥିଲେ ଓ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ତେବେ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକ ମାନେ ଜିବନବଞ୍ଚାଇବା ପାଇଁ ସେହି ସ୍ଥାନରୁ ଦୌଡ଼ି ପଳାଇଯାଇଥିଲେ । ଶ୍ରମିକ ଜଣକ ଜଳୁଥିବର ଦେଖୁ ଥିଲେ ମଧ୍ୟ କେହି ଭୟ ରେ ତାଙ୍କ ପାଖକୁ ଯାଇ ପାରୁନଥିଲେ । କିଛି ସମୟ ପରେ ସେହି ତାର ରୁ ବିଦ୍ୟୁତ୍ ସଂଯୋଗ କାଟିବା ପରେ ତୁରନ୍ତ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ନିଆଁ କୁ ଲିଭାଇବା ସହ ତୁରନ୍ତ ଶ୍ରମିକ ଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଚିକିତ୍ସା ପାଇଁ ବଡ ମେଡିକାଲ ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ଥିବା ଜଣାପଡିଛି। ଖବର ପାଇଁ ଘଟଣା ସ୍ଥଳରେ ରେଲୱେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଶ୍ରମିକ ଜଣକ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଅଞ୍ଚଳ ର କାମଧେନୁ ବେହେରା ବୋଲି ଜଣାପଡିଛି।
