Odisha news

ଟ୍ରେନ ରୁଟ ସମ୍ଭଧୀୟ ବିଶେଷ ସୂଚନା : ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ବାତିଲ ଓ ମାର୍ଗ ପରିବର୍ତ୍ତନ

0

ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଜୟୱାଡା ରେଳମଣ୍ଡଳ ଅନ୍ତର୍ଗତ ରାଜମହେନ୍ଦ୍ରୀ ରେଳଷ୍ଟେସନ ଠାରେ ୟାର୍ଡ଼ ନବୀକରଣ ସହିତ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ନିମ୍ନଲିଖିତ ଅନୁଯାୟୀ କେତେକ ଟ୍ରେନ୍କୁ ବାତିଲ୍ ଏବଂ କେତେକର ମାର୍ଗ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |

ଟ୍ରେନର ବାତିଲ୍:

01. 02717/02818 ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ସ୍ପେଶାଲ୍ 25 ଡିସେମ୍ବରରୁ 8 ଜାନୁଆରୀ, 2021 ମଧ୍ୟରେ ଉଭୟ ଦିଗରୁ ବାତିଲ୍ ହୋଇ ରହିବ |

02. 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣା ଠାରୁ ୨୫ ଡିସେମ୍ବର ଠାରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ଏବଂ କଡପା ଠାରୁ ୨୬ ଡିସେମ୍ବର ରୁ ୮ ଜାନୁୟାରୀ ପର୍ଯ୍ୟନ୍ତ ବାତିଲ ରହିବ |

03. 02510/02509 ଗୌହାଟୀ-ବାଙ୍ଗାଲୋର କ୍ୟାଣ୍ଟ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ ୨୭ ଡିସେମ୍ବର ରୁ ୫ ଜାନୁୟାରୀ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ୩୦ ଡିସେମ୍ବର ରୁ ୮ ଜାନୁୟାରୀ ପର୍ଯ୍ୟନ୍ତ ବାତିଲ ରହିବ |

04. 02643/02644 ଏର୍ଣ୍ଣାକୁଲମ୍-ପାଟନା-ଏର୍ଣ୍ଣାକୁଲମ୍ ସ୍ପେଶାଲ୍ ଟ୍ରେନ ଏର୍ଣ୍ଣାକୁଲମ ଠାରୁ 28 ଡିସେମ୍ବରରୁ 5 ଜାନୁୟାରୀ 2021 ମଧ୍ୟରେ ଏବଂ ପାଟନା ଠାରୁ 31 ଡିସେମ୍ବରରୁ 8 ଜାନୁଆରୀ, 2021 ମଧ୍ୟରେ ବାତିଲ୍ ରହିବ |

05. 02254/02253 ଭାଗଲପୁର-ଯଶୋବନ୍ତପୁର-ଭାଗଲପୁର ବିଶେଷ ଟ୍ରେନ ଭାଗଲପୁର ଠାରୁ ୩୦ ଡିସେମ୍ବର ରୁ ୬ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ୨ ଜାନୁୟାରୀ ରୁ ୯ ଜାନୁୟାରୀ ମଧ୍ୟରେ ବାତିଲ ରହିବ |

06. 02773/02774 ଶାଲିମର-ସିକନ୍ଦରାବାଦ-ଶାଲିମର ବିଶେଷ ଟ୍ରେନ ଶାଲିମର ଠାରୁ ଡିସେମ୍ବର 30 ରୁ 6 ଜାନୁୟାରୀ 2021 ମଧ୍ୟରେ ଏବଂ ସିକନ୍ଦରାବାଦ ଠାରୁ ୨୯ ଡିସେମ୍ବର ରୁ ୫ ଜାନୁୟାରୀ ମଧ୍ୟରେ ବାତିଲ ରହିବ |

07. 02835/02836 ହାତୀଆ-ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ହାତୀଆ ରୁ ୨୯ ଡିସେମ୍ବର ରୁ ୫ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ରୁ ୧ରୁ ୮ ଜାନୁୟାରୀ ମଧ୍ୟରେ ବାତିଲ ରହିବ |

08. 02867/02867 ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ଡିସେମ୍ବର ୨୭ରୁ ଜାନୁୟାରୀ ୩ ତାରିଖ ମଧ୍ୟରେ ଏବଂ ପଣ୍ଡିଚେରୀ ଠାରୁ ଡିସେମ୍ବର ୩୦ ରୁ ଜାନୁୟାରୀ ୬ ତାରିଖ ମଧ୍ୟରେ ବାତିଲ ରହିବ |

09. 02889/02890 ଟାଟା-ଯଶୋବନ୍ତପୁର-ଟାଟା ବିଶେଷ ଟ୍ରେନ ଟାଟା ଠାରୁ ଡିସେମ୍ବର ୨୫ରୁ ଜାନୁୟାରୀ ପହିଲା ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ଡିସେମ୍ବର ୨୮ରୁ ଜାନୁୟାରୀ ୪ ତାରିଖ ମଧ୍ୟରେ ବାତିଲ ରହିବ |

ପାର୍ସଲ ଟ୍ରେନ ଗୁଡିକର ଆଂଶିକ ବାତିଲ୍:
ଡିସେମ୍ବର ମାସ ୨୫ ତାରିଖ ଠାରୁ ଜାନୁୟାରୀ ମାସ ୮ ତାରିଖ ମଧ୍ୟରେ ଛଅ ଯୋଡ଼ା ପାର୍ସଲ ବିଶେଷ ଟ୍ରେନ ଆଂଶିକ ବାତିଲ ରହିବ |

ଟ୍ରେନର ମାର୍ଗ ପରିବର୍ତ୍ତନ :

01. 02873/02874 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୪ ଡିସେମ୍ବର ରୁ ୭ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ୨୫ ଡିସେମ୍ବର ରୁ ୮ ଜାନୁୟାରୀ ମଧ୍ୟରେ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ଖଡ଼ଗ୍ପୁର-ଝାରସୁଗୁଡା-ବିଳାସପୁର-ଗୋଂଡିଆ-ବାଲହରସା-ବିଜୟୱାଡା ମାର୍ଗ ଦେଇ ଚଳାଚଳ କରିବ | ଏହି ସମୟ ମଧ୍ୟରେ ଏହା ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ସମାଲକୋଟ-ରାଜ ମହେନ୍ଦ୍ରୀ, ତାଡେ଼ପଲ୍ଲୀଗୁଡେମ ଏବଂ ଏଲୁରୁ ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ  |

02. 02851/02852 ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ୨୮ ଡିସେମ୍ବର ରୁ ୮ ଜାନୁୟାରୀ ମଧ୍ୟରେ ଏବଂ ନିଜାମୁଦ୍ଦିନ ଠାରୁ ୨୭ ଡିସେମ୍ବର ରୁ ୬ ଜାନୁୟାରୀ ମଧ୍ୟରେ  ବିଜୟନଗରମ-ରାୟଗଡା-ଟିଟିଲାଗଡ଼-ରାଇପୁର-ଗୋଂଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ |  ଏହି ସମୟ ମଧ୍ୟରେ ଏହା ସମାଲକୋଟ, ରାଜ ମହେନ୍ଦ୍ରୀ, ତାଡେ଼ପଲ୍ଲୀଗୁଡେମ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ବାଲହରସା ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ |

03. 08401/08402 ପୁରୀ-ଓ଼ଖା-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ ଡିସେମ୍ବର ୨୭ ରୁ ଜାନୁୟାରୀ ୩ ତାରିଖ ମଧ୍ୟରେ ଏବଂ ଓ଼ଖା ଠାରୁ ଡିସେମ୍ବର ୩୦ ଡିସେମ୍ବର ରୁ ଜାନୁୟାରୀ ୬ ତାରିଖ ମଧ୍ୟରେ ବିଜୟନଗରମ, ରାୟଗଡା, ଟିଟିଲାଗଡ଼, ରାଇପୁର-ଗୋଂଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ |  ଏହି ସମୟ ମଧ୍ୟରେ ଏହା ବିଶାଖାପାଟଣା, ଅଣକାପଲ୍ଲୀ,ରାଜ ମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ରାମଗୁଂଡମ, ମଂଚେରାଲ, ସିରପୁର କାଗଜ ନଗର, ଚନ୍ଦ୍ରପୁର, ବାଲହରସା ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ |

04. 08501/08502 ବିଶାଖାପାଟଣା-ଗାନ୍ଧୀଧାମ-ବିଶାଖାପାଟଣା ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ୩୧ ଡିସେମ୍ବର ରୁ ୭ ଜାନୁୟାରୀ ମଧ୍ୟରେ ଏବଂ ଗାନ୍ଧୀଧାମ ଠାରୁ ୨୭ ଡିସେମ୍ବର ରୁ ୩ ଜାନୁୟାରୀ ମଧ୍ୟରେ ବିଜୟନଗରମ-ରାୟଗଡା-ଟିଟିଲାଗଡ଼-ରାଇପୁର-ଗୋଂଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ |  ଏହି ସମୟ ମଧ୍ୟରେ ଏହା ଦୁଭାଡା, ରାଜମହେନ୍ଦ୍ରୀ, ସମାଲକୋଟ, ଏଲୁରୁ, ବିଜୟୱାଡା, ଖମ୍ମାମ, ୱାରାଙ୍ଗଲ, ରାମଗୁଂଡମ, ସିରପୁର କାଗଜ ନଗର, ଚନ୍ଦ୍ରପୁର, ବାଲହରସା ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ |

Leave A Reply