Odisha news

୧୨ ରୁ ଭୁବନେଶ୍ୱର – ବାଙ୍ଗାଲୋର ସ୍ୱତନ୍ତ୍ର ଟ୍ରେନ୍ ସେବା

0

ଭୁବନେଶ୍ୱର, ୦୭ ଅକ୍ଟୋବର – ରେଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୧୨ ତାରିଖ ଠାରୁ ଭୁବନେଶ୍ୱର ରୁ ଏବଂ ୧୩ ତାରିଖ ଠାରୁ ବାଙ୍ଗାଲୋରରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ମଧ୍ୟରେ ଚଳାଚଳ ପାଇଁ ନିଷ୍ପତି ନିଆଯାଇଛି । ୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋରର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ରୁ ଅକ୍ଟୋବର୧୨ ତାରିଖ ଠାରୁ ପ୍ରତ୍ୟହ ସକାଳ ୫ଟା୩୦ମି.ରେ ଛାଡି ତା ପରଦିନ ମଧ୍ୟାହ୍ନ ୧୨ଘ.୦୫ମି.ରେ ବାଙ୍ଗାଲୋର ଠାରେ ପହଂଚିବ । ଫେରିବା ମାର୍ଗରେ, ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ବାଙ୍ଗାଲୋରରୁ ଅକ୍ଟୋବର ୧୩ ତାରିଖ ଠାରୁ ପ୍ରତ୍ୟହ ଅପରାହ୍ନ ୧ଟା୪୦ମି.ରେ ଛାଡି ଭୁବନେଶ୍ୱରରେ ତା ପରଦିନ ରାତି ୯ଟା୦୫ମି.ରେ ପହଂଚିବ ।
ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ୪ଟି ଏସି -୩ ଟାୟାର, ୧୧ ଟି ଦ୍ୱିତୀୟ ଶ୍ରେଣୀ ସ୍ଲିପର, ୪ ଟି
ସାଧାରଣ ସିଟିଙ୍ଗ ଏବଂ ୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।

Nalco
Leave A Reply