ସଙ୍ଗମ ନଗରୀ ପ୍ରୟାଗରାଜ ରେ ଆଜିକାଲି ସମସ୍ତଙ୍କ ନଜର ରହିଛି, ପ୍ରତ୍ୟେକ ଦିନ ଏଠାରେ ଶ୍ରଦ୍ଧାଳୁ ଙ୍କର ଖୁବ ଭିଡ଼ ଲାଗୁଚି, ଆସ୍ଥାର ଏହି ମେଳା ରେ କେବଳ ସାଧୁ ସନ୍ଥ ହିଁ ନୁହନ୍ତି ସାଧାରଣ ଲୋକ ମଧ୍ୟ ମହାସ୍ନାନ କରିବାକୁ ଯାଉଛନ୍ତି l କେବଳ ଭାରତୀୟ ନୁହନ୍ତି ବିଦେଶୀ ମାନଙ୍କର ମଧ୍ୟ ମହାକୁଂଭ ରେ ଖୁବ ଭିଡ଼ ଦେଖିବାକୁ ମିଳିଛି l ଲୋକେ ଏଠକେ ଟ୍ରେନ, ଫ୍ଲାଇଟ, କିମ୍ବା କାର ରେ ଯାଉଛନ୍ତି, ଯଦି ବର୍ତମାନ ସୁଧା ଏଠାକୁ ଯାଇପାରି ନାହାନ୍ତି ତେବେ ଆପଣଙ୍କ ପାଇଁ ଏହା ଗୋଟିଏ ସୁଯୋଗ ଅଟେ l
ଏହି ସୁବିଧା ଗୋଆ ସରକାର ନିଜ ରାଜ୍ୟର ଲୋକଙ୍କ ପାଇଁ ଆଣି ଦେଇଛନ୍ତି, ଗୋଆ ସରକାର ଙ୍କ ଉଦେଶ୍ୟ ହେଉଛି ଯେ ଶ୍ରଦ୍ଧାଳୁ ମାନେ କିପରି ନିଃଶୁଳ୍କ ପ୍ରୟାଗରାଜ କୁ ୩ଟି ରାଜ୍ୟ ବ୍ୟବସ୍ଥା କରିଛନ୍ତି, ଗୋଆ ସରକାର ୩ଟି ବିଶେଷ ଟ୍ରେନ ର ବ୍ୟବସ୍ଥା କରିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରମୋଦ ସବନ୍ତ ମଙ୍ଗଳବାର ଦିନ ଏହା ଘୋଷଣା କରିଛନ୍ତି, ପ୍ରଥମ ଟ୍ରେନ ୬ତାରିଖ ଦିନ ସକାଳ ୮ଟା ସମୟ ରେ ଦକ୍ଷିଣ ଗୋଆ ର ମଡ଼ ଗ୍ରାମ ରେଳ ଷ୍ଟେସନ ରୁ ଚାଲିବ l
ସେ କହିଛନ୍ତି ଅନ୍ୟ ଦୁଇଟି ଟ୍ରେନ ୧୩ ଓ ୨୧ ଫେବୃଆରୀ କୁ ମାଡ଼ ଗ୍ରାମ ରୁ ପ୍ରୟାଗରାଜ ଅଭିମୁଖେ ଯାତ୍ରା କରିବ l ରାଜ୍ୟର ସମାଜ କଲ୍ୟାଣ ମନ୍ତ୍ରୀ ସୁଭାଷ ଫଳ ଦେଶାଇ କହିଛନ୍ତି ଯେ ଏହି ଯାତ୍ରା ସମୟ ରେ ତୀର୍ଥ ଯାତ୍ରୀ ମାନଙ୍କୁ ମାଗଣା ରେ ଭୋଜନ ଦିଆଯିବ l
ଏହି ଟ୍ରେନ ୩୪ ଘଣ୍ଟା ଯାତ୍ରା କରିବା ପରେ ପ୍ରୟାଗରାଜ ରେ ପହଂଚିବ, ମନ୍ତ୍ରୀ କହିଛନ୍ତି ପ୍ରୟାଗରାଜ ରେ ପହଂଚିବା ପରେ ତୀର୍ଥଯାତ୍ରୀ ମାନଙ୍କୁ ରହିବା ଖାଇବା ବ୍ୟବସ୍ଥା ନିଜକୁ କରିବାକୁ ପଡିବ l ଏବଂ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୪ ଘଣ୍ଟା ମଧ୍ୟରେ ଏହି ଟ୍ରେନ ଯୋଗେ ବାହାରିବାକୁ ପଡିବ l ସରକାର କହିଛନ୍ତି ଯେ ଏହି ଯୋଜନl ଦେବ ଦର୍ଶନ ଯୋଜନା ରେ ଅନ୍ତର୍ଭୁକ୍ତ ଅଟେ l