Odisha news

ଭାରତର ଏଭଳି କିଛି ରେଳ ଷ୍ଟେସନ ଯେଉଁଠାରୁ  ବିଦେଶ ଯାତ୍ରା କରାଯାଏ ଟ୍ରେନରେ

0

ବିଦେଶ ଯାତ୍ରାର ମଜା ପୁଣି ଟ୍ରେନ ରେ, ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଚି ନୁହେଁ , କିନ୍ତୁ ଆଜ୍ଞା ଏହି କଥାଟି ସମ୍ପୂର୍ଣ ସତ୍ୟ ଅଟେ l ଏହି ସୁବିଧା କେବଳ ଆଜ୍ଞା ଗୋଟିଏ ରେଳ ଷ୍ଟେସନ ରେ ଉପଲବ୍ଧ ନୁହେଁ , ଏହି ସୁବିଧା ଆପଣ ୭ଟି ରେଳ ଷ୍ଟେସନ ରେ ପାଇବେ l ଯେଉଁଠି ଅନ୍ୟ ଦେଶକୁ ଯାତ୍ରା କରିବା ପାଇଁ ଟ୍ରେନ ର ସାହାଯ୍ୟ ନିଆଯାଇ ଥାଏ l ଏହି ତାଲିକାରେ କେଉଁ ରେଳ ଷ୍ଟେସନ ସବୁ ରହିଛି ଆସନ୍ତୁ ଜାଣିବା l

– ପଶ୍ଚିମବଙ୍ଗର ରେଳ ଷ୍ଟେସନ ହଳଦୀବାଡ଼ି ବଙ୍ଗଳାଦେଶ ରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ l ହଲଦିବାଡି ରେଳ ଷ୍ଟେସନ ରୁ ବଙ୍ଗଳାଦେଶ ଯିବା ପାଇଁ ଟ୍ରେନ ର ସୁବିଧା ରହିଛି l
– ଏହାଛଡା ବଙ୍ଗଳାଦେଶ ଯିବା ପାଇଁ ଆପଣ ପଶ୍ଚିମ ବଙ୍ଗର ପେଟ୍ରl ପୋଲ ରେଳ ଷ୍ଟେସନ ରୁ ମଧ୍ୟ ଯାତ୍ରା କରିପାରିବେ l
– ଏହାପରେ ଆସିଲା ପଶ୍ଚିମବଙ୍ଗ ରାଜ୍ୟର ସିଙ୍ଗାବାଦ ରେଳ ଷ୍ଟେସନ ଏହି ସ୍ଥାନରୁ ମଧ୍ୟ ଆପଣ ବଙ୍ଗଳା ଦେଶ ଯାତ୍ରା କରିପାରିବେ l

– ପଶ୍ଚିମବଙ୍ଗର ଆଉ ଗୋଟିଏ ରେଳ ଷ୍ଟେସନ ହେଲା ରାଧିକା ପୁତ୍ର ଏହି ଠାରୁ ମଧ୍ୟ ଆପଣ ବଙ୍ଗଳାଦେଶ ଯାତ୍ରା କରିପାରିବେ l

–  ବିହାର ରାଜ୍ୟର ଯୋଗୀବନି ରେଳ ଷ୍ଟେସନ ରୁ ଖୁବ ସହଜ ରେ ଆପଣ ନେପାଳ ଯାତ୍ରା କରିପାରିବେ l

– ବିହାର ରାଜ୍ୟର ମଧୂବନି ସ୍ଥିତ ଜୟ ନଗର ରେଳ ଷ୍ଟେସନ ରୁ ଆପଣ ନେପାଳ ପାଇଁ ସୁବିଧାରେ ଟ୍ରେନ ରେ ଯାତ୍ରା କରିପାରିବେ l

– ଏବଂ ଏହି ତାଲିକାରେ ସବୁଠୁ ଶେଷରେ ରହିଛି ଅଟାରି ରେଳ ଷ୍ଟେସନ, ଯାହାକି ପଞ୍ଜାବ ରାଜ୍ୟରେ ଅବସ୍ଥିତ ଏହି ରେଳ ଷ୍ଟେସନ ରୁ ସମଝୋତା ଏକ୍ସପ୍ରେସ ପାକିସ୍ତାନ ଯାଇଥାଏ l ୨୦୧୯ ପରଠାରୁ ଏହି ଏକ୍ସପ୍ରେସ ପାକିସ୍ତାନ ଯାଇନାହିଁ l ପାକିସ୍ତାନ ପକ୍ଷରୁ ଏହାକୁ ରଦ୍ଧ କରିଦିଆ ଯାଇଛି l

Leave A Reply