Odisha news

ଟ୍ରେନ ଚଳାଚଳ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା

0

31 ତାରିଖରେ  ପଶ୍ଚିମବଙ୍ଗରେ  ହେଉଥିବା ସମ୍ପୂର୍ଣ୍ଣ  ଲକ୍ ଡାଉନ ପାଇଁ  ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ  ପ୍ରଭାବିତ
ଟ୍ରେନ ସେବା ନିମ୍ନ ମତେ ବାତିଲ, ଆଂଶିକ ବାତିଲ  ଓ  ରହଣି ପ୍ରତ୍ୟାହାର କରାଯିବ  –

ବାତିଲ ହେଉଥିବା ଟ୍ରେନ  :

A. ଯଶୋବନ୍ତପୁରରୁ  ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ  30 ଅଗଷ୍ଟ 2020  ତାରିଖରେ ଯଶୋବନ୍ତପୁର ଠାରୁ ବାତିଲ କରାଯିବ  l

B. ସିଆଲଦାରୁ  ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ  ୩୧ ଅଗଷ୍ଟ  2020 ତାରିଖ  ଦିନ  ବାତିଲ କରାଯିବ  l

C. ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ  ୨୦୨୦ ସେପ୍ଟେମ୍ବର ପହିଲା ଦିନ ବାତିଲ କରାଯିବ l

D. 02074/02073 ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ 31 ଅଗଷ୍ଟ , 2020  ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ l

ଆଂଶିକ ବାତିଲ ହେଉଥିବା ଟ୍ରେନ :

A. 30 ଅଗଷ୍ଟ , 2020 ତାରିଖ ଦିନ ସିକନ୍ଦରାବାଦରୁ ଛାଡୁଥିବା 02704 ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର  ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l

B. 02703 ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ 31 ଅଗଷ୍ଟ 2020 ତାରିଖ ଦିନ ହାଓଡ଼ା ପରିବର୍ତ୍ତେ  ଭୁବନେଶ୍ୱରରୁ ଛାଡିବ ଏବଂ ଉକ୍ତ ଦିନ ଏହା  ହାଓଡ଼ାଠାରୁ  ଭୁବନେଶ୍ୱର ପର୍ଯ୍ୟନ୍ତ  ବାତିଲ ରହିବ l

ପ୍ରତ୍ୟାହାର କରାଯାଉଥିବା ରହଣି :

A.୩୦ ଅଗଷ୍ଟ , 2020 ରେ  ଉଭୟ ଭୁବନେଶ୍ୱରରୁ ଛାଡୁଥିବା 02801 ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ  ନୂଆଦିଲ୍ଲୀରୁ ଆସୁଥିବା  02802 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ  ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ  l

B. ୩୧ ଅଗଷ୍ଟ , ୨୦୨୦ ଭୁବନେଶ୍ୱରରୁ ଛାଡୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ  ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଏବଂ  30 ଅଗଷ୍ଟ ରେ ନୂଆଦିଲ୍ଲୀରୁ  ଆସୁଥିବା 02824 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  ଉଭୟ ଦିଗରୁ ହିଜଲୀ ରହଣି  କରିବ ନାହିଁ

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ  ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ  ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି l

Leave A Reply