ବ୍ରହ୍ମପୁର : ଦକ୍ଷିଣ ଓଡିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂସ୍କାର ବାଦୀ ସଂଗଠନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ରେ ଯାତୀଙ୍କ ସୁବିଧା ନିମନ୍ତେ ବିଶାଖାପାଟଣା ଟ୍ରେନ ଭୂବନେଶ୍ବର ସଂପ୍ରସାରଣ, ହାୱଡା-ପୁଡୁଚେରି ଟ୍ରେନ ବ୍ରହ୍ମପୁର ଠାରେ ରହଣୀ ଦାବି କରାଯାଇଛି। ବ୍ରହ୍ମପୁର, ଛତ୍ରପୁର, ଶ୍ରୀକାକୁଲମ୍, ବାଲୁଗାଁ ଆଦି ଅଞ୍ଚଳରେ ଯାତ୍ରୀ ମୁମ୍ବାଇ ଭଳି ସ୍ଥାନକୁ ଯାଇ ପାରିବ।
ବ୍ରହ୍ମପୁର ଷ୍ଟେସନ୍ ଠାରେ ଏହି ଟ୍ରେନ ରହିଲେ ଏଠରୁ ଶ୍ରୀ ଅରବିନ୍ଦ ଙ୍କ ଭକ୍ତ ମାନେ ସିଧାସଳଖ ଟ୍ରେନ ରେ ଯାତ୍ରା କରିବା ଲାଭ ପାଇ ପାରିବେ ବୋଲି ସଭାପତି ତ୍ରିନାଥ ମହାରଣା କହିଛନ୍ତି। ରେଳ ବିଭାଗ ର ଅଣ ଦେଖା ଓ ବୈମାତୃକ ମନୋଭାବ ଯୋଗୁଁ ସମସ୍ତ ଯାତ୍ରା ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଯାତୀଙ୍କ ସୁବିଧା ନିମନ୍ତେ ସମସ୍ତ ଟ୍ରେନରେ ସାଧାରଣ ଲୋକଙ୍କ ସୁବିଧା ହୋଇ ପାରିବେ। ରେଳ ବିଭାଗ ର ଅଣ ଦେଖା କୁ ସଂଗଠନ ର ସଭାପତି ତ୍ରନଥ ମହାରଣା ନିନ୍ଦା କରି ଛନ୍ତି।
ଏହି ସବୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସାଧାରଣ ନାଗରିକ। ତେଣୁ ରେଳ ବିଭାଗ ଏହି ସବୁ ସମସ୍ୟା ର ସମାଧାନ ନହେଲେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ୧୭ ତାରିଖ ଠାରୁ ଦାବି ପୁରଣ ହେବା ପର୍ଯ୍ୟନ୍ତ ଧାରଣା ଦିଆ ଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଜି ପୂର୍ବ ତଟ ଡିଆରଏମ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ଉଦେଶ୍ଯ ରେ ଏକ ସ୍ମାରକପତ୍ର
ବ୍ରହ୍ମପୁର ଷ୍ଟେସନ ମେନେଜର ଦୁର୍ଗା ପ୍ରସାଦ ବ୍ରହ୍ମା ଙ୍କ ଜରିଆରେ ପ୍ରଦାନ କରାଯାଇଛି।
ପ୍ରମୋଦ କୁମାର ପଟ୍ଟନାୟକ, ଲିଙ୍ଗରାଜ ମହାପାତ୍ର, ସିମାଞ୍ଚଳ ପତି,ଶିବ ଶଙ୍କର ମିଶ୍ର,ରବି ନାରାୟଣ ସାବତ, ପଙ୍କଜ କୁମାର ନାୟକ, ପ୍ରମୋଦ କୁମାର ସାହୁ, ବସନ୍ତ କୁମାର ନାୟକ ଙ୍କ ସମେତ ବହୁ କର୍ମ କର୍ତ୍ତା ଯୋଗ ଦେଇଥିଲେ।
