Odisha news

ଟ୍ରେନ ସମ୍ଭଧୀୟ ବିଶେଷ ସୂଚନା : ଦୋହରୀକରଣ କାର୍ଯ୍ୟ ସମ୍ପାଦନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ

0

ଟ୍ରେନର ବାତିଲ୍:
• 08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର 6 ରୁ 11 ନଭେମ୍ବର, 2022 ମଧ୍ୟରେ ଏବଂ ଜୁନାଗଡ଼ ରୋଡରୁ 7 ରୁ 12 ନଭେମ୍ବର, 2022 ପର୍ଯ୍ୟନ୍ତ ବାତିଲ ରହିବ |

• 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ପାସେଞ୍ଜର ଟିଟିଲାଗଡ଼ରୁ 7 ରୁ 12 ନଭେମ୍ବର, 2022 ମଧ୍ୟରେ ଏବଂ ବିଲାସପୁରରୁ 6 ରୁ 11 ନଭେମ୍ବର, 2022 ମଧ୍ୟରେ ବାତିଲ ରହିବ |

• 08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ଟିଟିଲାଗଡ଼ରୁ 6 ରୁ 11 ନଭେମ୍ବର, 2022 ମଧ୍ୟରେ ଏବଂ ରାୟପୁର ରୋଡରୁ 7 ରୁ 12 ନଭେମ୍ବର, 2022 ମଧ୍ୟରେ ବାତିଲ ରହିବ |

• 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ 7 ରୁ 11 ନଭେମ୍ବର, 2022 ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ |

ଟ୍ରେନର ଆଂଶିକ ବାତିଲ୍:

• ହାଓଡ଼ା ଠାରୁ ଛାଡିବାକୁ ଥିବା 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 7 ରୁ 10 ନଭେମ୍ବର ପର୍ଯ୍ୟନ୍ତ ଏବଂ ଜଗଦଳପୁରରୁ 9 ରୁ 12 ନଭେମ୍ବର ମଧ୍ୟରେ ଉଭୟ ପାର୍ଶ୍ୱରୁ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ |

• 12871 & 22861/12872 & 22862 ହାଓଡ଼ା-ଟିଟିଲାଗଡ଼/କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ 7 ରୁ 11 ନଭେମ୍ବର, 2022 ମଧ୍ୟରେ ହାଓଡ଼ା ଠାରୁ  ଏବଂ 8 ରୁ 12 ନଭେମ୍ବର, 2022 ମଧ୍ୟରେ କଣ୍ଟାବାଞ୍ଜି/ଟିଟିଲାଗଡ଼ ଠାରୁ ଉଭୟ ପାର୍ଶ୍ୱରୁ ହାଓଡ଼ା ଓ ବଲାଙ୍ଗୀର ମଧ୍ୟରେ ଚଳାଚଳ କରିବ ଏବଂ ବାଲାଙ୍ଗୀର ଓ କଣ୍ଟାବାଞ୍ଜି/ଟିଟିଲାଗଡ଼ ମଧ୍ୟରେ ବାତିଲ ରହିବ |

IEC 2 years
Leave A Reply