Odisha news

ଯାତ୍ରୀ ମାନଙ୍କର ଆକାଂକ୍ଷା ପୂରଣ : ହିରାଖଣ୍ଡ ଏବଂ ପୁରୀ-ଦୁର୍ଗ ଏକ୍ସପ୍ରେସରେ ପ୍ରଥମ ଶ୍ରେଣୀ ଏସି କୋଚ୍ ସେବା ପ୍ରଦାନ

0

● ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସର କୋଚ୍ ଗଠନରେ ସଂଶୋଧନ |

● ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସରେ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଏସିର ଯୌଥ କୋଚ୍ ପରିବର୍ତ୍ତେ ପ୍ରଥମ ଶ୍ରେଣୀ ଏସି କୋଚ୍ ବ୍ୟବସ୍ଥା |

● ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସରେ ପ୍ରଥମ ଶ୍ରେଣୀ ଏସି କୋଚ୍ ଯୋଡାଯିବ |

● ଏହି ଟ୍ରେନ ମାନଙ୍କରେ ପ୍ରଥମ ଶ୍ରେଣୀ ଏସି ସେବା ପ୍ରଦାନ ପାଇଁ ସମ୍ମାନୀୟ ସାଂସଦ ମାନେ ଦାବି କରିଥିଲେ  |

ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସରେ 2023 ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ଠାରୁ ଏସି ପ୍ରଥମ ଶ୍ରେଣୀ ସେବା ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି | ଉପରୋକ୍ତ ଟ୍ରେନରେ ଏସି ପ୍ରଥମ ଶ୍ରେଣୀ କୋଚ ସେବାର ବୃଦ୍ଧି ଉତ୍ତର ଆନ୍ଧ୍ର ପ୍ରଦେଶ ସହିତ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରାଇବ |

ୱାଲଟିୟର, ସମ୍ବଲପୁର ଏବଂ ଖୋର୍ଦ୍ଧା ରୋଡରେ ସାଂସଦମାନଙ୍କର ବିଭାଗୀୟ କମିଟି ବୈଠକରେ ମାନ୍ୟବର ସାଂସଦ ମାନେ ଉପରୋକ୍ତ ଟ୍ରେନରେ ପ୍ରଥମ ଶ୍ରେଣୀ ଏସି ସେବା ଯୋଗାଇବାକୁ ଦାବି କରିଥିଲେ | ଏହି ଦାବିକୁ ଧ୍ୟାନ ଦେବା ସହିତ ଜନସାଧାରଣ, ବିଶେଷକରି ଯାତ୍ରୀମାନଙ୍କର ଚାହିଦା ଏବଂ ଆକାଂକ୍ଷାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଉପରୋକ୍ତ ଟ୍ରେନରେ ପ୍ରଥମ ଶ୍ରେଣୀ ଏସି ସେବା ଯୋଗାଇବାକୁ ନିଷ୍ପତ୍ତି ନେଇଛି |

18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ  ପୁରୀ ଠାରୁ 3 ମାର୍ଚ୍ଚ 2023 ରୁ ଏବଂ ଦୁର୍ଗରୁ 4 ମାର୍ଚ୍ଚ, 2023 ଠାରୁ ବର୍ତମାନ ପ୍ରଚଳିତ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଏସିର ଯୌଥ କୋଚ୍ ବଦଳାଇ ଏକ ଏସି ପ୍ରଥମ ଶ୍ରେଣୀ କୋଚ୍ ସଂଯୋଗ କରାଯିବ |

18447/18448 ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ 7 ମାର୍ଚ୍ଚ 2023 ଠାରୁ ଭୁବନେଶ୍ୱରରୁ ଏବଂ 8 ମାର୍ଚ୍ଚ, 2023 ଠାରୁ ଜଗଦଳପୁରରୁ ଏହାର ନିୟମିତ କୋଚ ସହିତ ଏକ ଏସି ପ୍ରଥମ ଶ୍ରେଣୀ କୋଚ୍ ସହିତ ଚଳାଚଳ କରିବ

Nalco
Leave A Reply