Odisha news

ବିନା ଦରମାରେ ୩୨ ବର୍ଷ ଟ୍ରାଫିକ ନିୟନ୍ତ୍ରଣ

0

ଦିଲ୍ଲୀର ସିଲମପୁର ଟ୍ରାଫିକ୍‌ ପୋଷ୍ଟରେ ୭୨ ବର୍ଷୀୟ ଗଙ୍ଗାରାମ ସକାଳ ୯ରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ କରନ୍ତି । ସେ ହାତରେ ଗୋଟିଏ ବାଡ଼ି ଧରି ଲୋକ ତ ଥ । ଗାଡ଼ିମଟରକୁ ବ । ଟ ଦେଖାନ୍ତି । ପ୍ରାୟ ୩୨ ବର୍ଷ ହେବ ବିନା ଦରମାରେ ସେ ଟ୍ରାଫିକ୍‌ ପୋଲିସ୍‌ କାମ କରିଆସୁଛନ୍ତି । ସଡ଼କ ଦୁର୍ଘଟଣାରେ ତାଙ୍କ ପୁଅର ମୃତୁ୍ୟ ହୋଇଥିଲା । ପୁଅର ଅକାଳ ବିୟୋଗ ଜନିତ ଦୁଃଖ ସହି ନ ପାରି ଗଙ୍ଗାରାମଙ୍କ ସ୍ତ୍ରୀ ମଧ୍ୟ ପ୍ରାଣତ୍ୟାଗ କଲେ । ସେବେଠୁ ଗଙ୍ଗାରାମ ଏକୁଟିଆ ହୋଇଗଲେ । ପୁଅ ଓ ସ୍ତ୍ରୀଙ୍କ ଦେହାନ୍ତ ପରେ ଗଙ୍ଗାରାମ ଶପଥ ନେଲେ ଦେହରେ ପ୍ରାଣ ଥିବା ଯାଏ ନିଜ ଇଲାକାର ଟ୍ରାଫିକ୍‌ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବେ । ତାଙ୍କର କାମ ଦେଖି ଅନେକ ପ୍ରଶଂସା କରିବା ସହ ନୂଆ ଟ୍ରାଫିକ୍‌ ଡ୍ରେସ୍‌ ଦେଲେ ତାକୁ ସେ ଗ୍ରହଣ କରନ୍ତି ନାହିଁ । କରୋନା ମହାମାରୀ କାଳରେ ମଧ୍ୟ ସେ ଏ କାମରୁ ବିରତ ହୋଇ ନାହାନ୍ତି ।

Leave A Reply